ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ୫ହଜାର ମାସ୍କ ଦେବ ବୟନିକା

ତିନ ରଥର ରଙ୍ଗ ଆଧାରରେ ବାନ୍ଧ ବସ୍ତ୍ରରେ ତିଆରି ହେବ

ଭୁବନେଶ୍ବର : ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ବତନ୍ତ୍ର ଶୈଳୀରେ ମାସ୍କ ପ୍ରସ୍ତୁତ କରିବ ଓଡ଼ିଶା ରାଜ୍ୟ ହସ୍ତତନ୍ତ, ବୁଣାକାର ସମବାୟ ସମିତି ‘ବୟନିକା’। ରଥର ରଙ୍ଗ ଆଧାରରେ ସ୍ବତନ୍ତ୍ର ମାସ୍କ ପ୍ରସ୍ତୁତ କରାଯିବ। ତିନି ରଥର କପଡ଼ା ଯଥା ନାଲି-ହଳଦିଆ, କଳା-ନାଲି ଓ ସବୁଜ-ନାଲି ରଙ୍ଗରେ ମାସ୍କ ତିଆରି କରାଯିବ। ରଥଯାତ୍ରା କେବଳ ସେବାୟତଙ୍କ ଦ୍ବାରା ସମ୍ପନ୍ନ ହେବା ପାଇଁ ସ୍ଥିର ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ‘ବୟନିକା’କୁ ମାସ୍କ ଯୋଗାଇବା ପାଇଁ ଚିଠି ଲେଖିଥିଲା।

ଏଥିରେ ବୟନିକାର କର୍ତୃପକ୍ଷ ସ୍ବୀକୃତି ଜଣାଇ ମାସ୍କ ଯୋଗାଇ ଦେବେ ବୋଲି କହିଛନ୍ତି। ରଥଯାତ୍ରା ପୂର୍ବରୁ ସେବାୟତଙ୍କ ପାଇଁ ୫ହଜାର ମାସ୍କ ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯିବ। ଓଡ଼ିଶାର ପ୍ରସିଦ୍ଧ ବାନ୍ଧ ବସ୍ତ୍ରରେ ଏହି ମାସ୍କ ତିଆରି କରାଯିବ। ରଥଯାତ୍ରା ବେଳେଏହି ମାସ୍କ କେବଳ ସଂକ୍ରମଣ ବ୍ୟାପିବାକୁ ରୋକିବାରେ ସହାୟକ ହେବ ନାହିଁ, ବରଂ ଏହାଦ୍ବାରା ରଥଯାତ୍ରାର ସିଧାପ୍ରସାରଣ ଜରିଆରେ ଓଡ଼ିଶାର ଏହି ବାନ୍ଧ କଳାର ଆହୁରି ପ୍ରଚାର ହୋଇପାରିବ।

ସମ୍ବନ୍ଧିତ ଖବର