ବିପିଏଲ ପରିବାର, ବୟସ୍କ ନାଗରିକଙ୍କୁ ବିନା ମୂଲ୍ୟରେ କରୋନା ଟିକା ଦିଆଯାଉ : ନିରଞ୍ଜନ

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିପିଏଲ ତାଲିକାଭୁକ୍ତ ବ୍ୟକ୍ତିବିଶେଷ ଓ ବୟସ୍କ ନାଗରିକଙ୍କ ପାଇଁ କରୋନା ଟିକା ବିନା ମୂଲ୍ୟରେ ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି। ଏଥି ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିଛନ୍ତି। ବିନା ମୂଲ୍ୟରେ ଟିକା ଦେ‌େଲ ଏହି ବର୍ଗର ସମସ୍ତ ବ୍ୟକ୍ତିବ ବିଶେଷ ଭାବେ ଉପକୃତ ହେବେ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ସୁସ୍ୱାସ୍ଥ୍ୟ କାମନା କରିବା ସହିତ ରାଜ୍ୟରେ ଆରମ୍ଭ କରାଯାଇଥିବା କରୋନା ଟିକାକରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର