କେନ୍ଦୁଝର : ଯୋଡ଼ା ଖଣି ମଣ୍ତଳ ବିପିଏମଇଏଲ ଖଣି କମ୍ପାନିର ସ˚ପତ୍ତି ବାଜ୍ୟାପ୍ତି ପାଇଁ ଆଜି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ବିପିଏମଇଏଲ ଖଣି କମ୍ପାନି ସନ୍ତୋଷଜନକ ଉତ୍ତର ରଖି ପାରିନଥିବାରୁ ଏହାର କୋହ୍ଲରୋଇଡାସ୍ଥିତ ଲୌହ, ମାଙ୍ଗାନିଜ ଖଣି ଓ ଠାକୁରାଣୀସ୍ଥିତ ଖଣିର ଜରିମାନାକୁ ମିଶାଇ ମୋଟ ୮୭୩ କୋଟି ୪୩ ଲକ୍ଷ ୭୬ ହଜାର ୩ ଟଙ୍କାର ସ˚ପତ୍ତି ବାଜ୍ୟାପ୍ତି କରିବାକୁ ଜିଲ୍ଲାପାଳଙ୍କ କୋର୍ଟ ଆଦେଶ ଦେଇଛନ୍ତି।

Advertisment

ପ୍ରକାଶ ଥାଉକି କେନ୍ଦୁଝର ଓ ଯୋଡ଼ା ଖଣି ମଣ୍ତଳ ଅଞ୍ଚଳରେ ପରିବେଶ ଆଇନ ଉଲ୍ଲଂଘନ ଓ ଅନୁମତିଠାରୁ ଅଧିକ ଖଣି ଖନନ କରିଥିବା ୩୧ଟି ଖଣିର ୨୩ ଜଣ ଲିଜଧାରୀଙ୍କଠାରୁ ୬ ହଜାର ୩୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଜୋରିମାନା ଆଦାୟ ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ହେଲେ ସ˚ପୃକ୍ତ ଖଣି କମ୍ପାନିଗୁଡ଼ିକ ନିର୍ଦ୍ଧାରିତ ସମୟରେ ଜରିମାନା ପୈଠ କରିନଥିବାରୁ ଜିଲ୍ଲାପାଳଙ୍କ କୋର୍ଟରେ ସେମାନଙ୍କ ବିରୋଧରେ କେସ କରାଯାଇଥିଲା। ଏବ˚ ସେମାନଙ୍କ ସ˚ପତ୍ତି କାହିଁକି ବାଜ୍ୟାପ୍ତି କରାନଯିବ ବୋଲି ପକ୍ଷ ରଖିବାକୁ ନିର୍ଦ୍ଦେଶ ହୋଇଥିଲା।