ଜୁନ୍‌ ୪ରୁ ବିପିୟୁଟି ଅଡ୍‌ ସେମିଷ୍ଟର୍‌, ଭିସୁଟ୍‌ କର୍ତୃପକ୍ଷଙ୍କ ନିରବତା ନେଇ ପ୍ରଶ୍ନ

ଭୁବନେଶ୍ବର : ବାତ୍ୟା ‘ୟାସ୍’କୁ ନଜରରେ ରଖି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଦ୍ବାରା ପରିଚାଳିତ ଅଡ୍‌ ସେମିଷ୍ଟର୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ମେ’ ୨୪ରୁ ଜୁନ୍‌ ୨ ମଧ୍ୟରେ ହେବାକୁ ଥିବା ପରୀକ୍ଷା ପାଇଁ ପୁଣିଥରେ ତାରିଖ ଧାର୍ଯ୍ୟ ହୋଇଛି। ଜୁନ୍‌ ୪ରୁ ୧୭ ତାରିଖ ପର୍ଯ୍ୟନ୍ତ ରେଗୁଲାର ଓ ବ୍ୟାକ୍‌ ପେପର୍‌ ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବ। ପରୀକ୍ଷା ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ନୂତନ ଇ-ଆଡମିଟ୍‌ କାର୍ଡ ପ୍ରକାଶ କରାଯିବ ନାହିଁ ବୋଲି ଆଜି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷ‌ରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)ର ସେମିଷ୍ଟର୍‌ ପରୀକ୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ବିପିୟୁଟି କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ ପରୀକ୍ଷା କରିବା ଦିଗରେ ପଦକ୍ଷେପ ନେଉଥିବା ବେଳେ ଭିସୁଟ୍‌ କର୍ତୃପକ୍ଷ କାହିଁକି ଚୁପ୍‌ ବସିଛନ୍ତି, ତାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି। ବୈଷୟିକ ଶିକ୍ଷା ବିଭାଗ ଏକ୍ଷେତ୍ରରେ ତୁରନ୍ତ ହସ୍ତକ୍ଷେପ କରିବା ସହ ଭିସୁଟ୍‌ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର