ବିପିୟୁଟି ସଂଶୋଧନ ବିଲ୍‌ ଫେରିବା ଘଟଣା : ଆଇନ ବିଭାଗର ପରାମର୍ଶକୁ ଅପେକ୍ଷା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ସଂଶୋଧନ ବିଲ୍‌ ରାଜ୍ୟପାଳଙ୍କଠାରୁ ଫେରିବା ପରେ ସେ ବିଲ୍‌କୁ ପରମାର୍ଜିତ କରି ପୁନର୍ବାର ତାକୁ ପାରିତ କରିବାକୁ ଚିନ୍ତା କରୁଛନ୍ତି ସରକାର। ତେବେ ଏ ନେଇ ଆଇନ ବିଭାଗର ପରାମର୍ଶ ଲୋଡ଼ାଯାଇଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଂଜୟ ସିଂହ କହିଛନ୍ତିି। ଆଜି ବିପିୟୁଟି ସଂଶୋଧନ ବିଲ୍‌ ସଂପର୍କରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଲୋଚନା ହୋଇଥିଲା। ଏଥିରେ ବିଭାଗୀୟ ସଚିବଙ୍କ ସହିତ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ଭି.ଭି.ଭି. ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ବୈଠକ ପରେ ଉପରୋକ୍ତ ସୂଚନା ଦେଇଥିଲେ ସଚିବ ଶ୍ରୀ ସିଂହ। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ବିପିୟୁଟି ଆଇନରେ ସଂଶୋଧନ ଆଣିବା ପାଇଁ ବିଧାନସଭାରେ ବିଲ୍‌ ପାରିତ କରିଥିଲେ। ଏହାକୁ ରାଜ୍ୟପାଳ ଏସ୍‌.ସି. ଜମିର ଫେରାଇ ଦେଇଥିଲେ।

ସମ୍ବନ୍ଧିତ ଖବର