ବିପିୟୁଟି ସ୍ଥଗିତ ପରୀକ୍ଷାର ପୁନଃ ତାରିଖ ଘୋଷଣା

ଭୁବନେଶ୍ବର : ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବ ଯୋଗୁଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଅଧୀନ କଲେଜଗୁଡ଼ିକରେ ସ୍ଥଗିତ ହୋଇଥିବା ଅଡ୍‌ ସେମିଷ୍ଟାର ପରୀକ୍ଷା ପାଇଁ ପୁନଃ ତାରିଖ ଧାର୍ଯ୍ୟ ହୋଇଛି। ଡିସେମ୍ବର ୫, ୭ ଓ ୧୪ ତାରିଖରେ ବିଭିନ୍ନ ବିଷୟର ପରୀକ୍ଷା ହେବ। ଏନେଇ ବିପିୟୁଟି ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସେହିପରି ପଶ୍ଚିମ ଓଡ଼ିଶା ବନ୍ଦ ପାଇଁ ଆଜି ମଧ୍ୟ ଅଡ୍‌ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଉକ୍ତ ବିଷୟଗୁଡ଼ିକର ପରୀକ୍ଷା ଡିସେମ୍ବର ୭ଓ ୧୦ ତାରିଖରେ ଅନୁଷ୍ଠିତ ହେବ। ପୂର୍ବ ନିର୍ଦ୍ଧାରିତ ସିଟିଂ ଅନୁଯାୟୀ ପରୀକ୍ଷା କରାଯିବ। କେଉଁ ବିଷୟର ପରୀକ୍ଷା କେଉଁ ଦିନ ହେବ ତାହା ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର