ଅନ୍‌ଲାଇନ୍‌ରେ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଥିବା ବିପିୟୁଟି ଇଭେନ୍‌ ଇଣ୍ଟର ମିଡିଏଟ ସେମିଷ୍ଟର୍‌ ରେଗୁଲାର/ବ୍ୟାକ୍‌ ପରୀକ୍ଷା ଅନ୍‌ଲାଇନ୍‌ ମୋଡରେ ଓପନ୍‌ ବୁକ୍‌ରେ କରାଯିବ। ଏହି ଅନ୍‌ଲାଇନ୍‌ ପରୀକ୍ଷାକୁ ନିୟମିତ ପରୀକ୍ଷା ଭାବେ ଧରାଯିବ। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ୍‌ ହେବେ/ଅନୁପସ୍ଥିତ ରହିବେ/ପରୀକ୍ଷା ଦେବେ ନାହିଁ/ପରୀକ୍ଷା ଲାଗି ପଞ୍ଜୀକରଣ କରିବେ ନାହିଁ, ସେମାନଙ୍କ ବ୍ୟାକ୍‌ ପେପର ଲାଗିବ। ଇଣ୍ଟର ମିଡିଏଟ୍‌ରେ ଯେଉଁ ପରୀକ୍ଷାର୍ଥୀଙ୍କର ବ୍ୟାକ୍‌ ରହିଛି, ସେମାନେ ବି ରେଗୁଲାର ଛାତ୍ରଛ‌ାତ୍ରୀଙ୍କ ସହ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବା ଲାଗି ପଞ୍ଜୀକରଣ କରିପାରିବେ। ସେମିଷ୍ଟର୍‌ ଅନୁଯାୟୀ, ପରୀକ୍ଷାର ଟ୍ରାଏଲ୍‌ ଓ ପରୀକ୍ଷା ଲାଗି ପର୍ଯ୍ୟାୟକ୍ରମେ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହ ବି.ଟେକ୍‌, ବି.ଫାର୍ମା, ଏମ୍‌ବିଏ, ଏମ୍‌ସିଏ ପାଠ୍ୟକ୍ରମର ଦ୍ବିତୀୟ ସେମିଷ୍ଟର୍‌ ଓ ବି.ଆର୍କିଟେକ୍‌ର ଦ୍ବିତୀୟ ଓ ୮ମ ସେମିଷ୍ଟର୍‌ ପରୀକ୍ଷା ସେପ୍ଟେମ୍ବର ମାସରେ ଅନ୍‌ଲାଇନ୍‌ରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିପିୟୁଟି ଅଧୀନ କଲେଜଗୁଡ଼ିକ ଏ ସମ୍ପର୍କରେ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୧୬ ତାରିଖ ସୁଦ୍ଧା ଅବଗତ କରିବା ସହ ପରୀକ୍ଷାର୍ଥୀଙ୍କ ଇ-ମେଲ୍‌ ଆଇଡି, ମୋବାଇଲ ନମ୍ବର ଓ କେଉଁ ମାଧ୍ୟମରେ ପରୀକ୍ଷା ଦେବେ, ସେମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବିପିୟୁଟି ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର