ରାଉରକେଲା: ସାମୁଦ୍ରିକ ବାତ୍ୟା ‘ଫନି’ ପରବର୍ତ୍ତୀ କ୍ଷୟକ୍ଷତି ଓ ଅସୁବିଧା ଯୋଗୁଁ ବିପିୟୁଟିର ସେମିଷ୍ଟାର ପରୀକ୍ଷା ବାତିଲ ହୋଇଛି। ଚଳିତ ୨୦୧୮-୧୯ ଶିକ୍ଷା ବର୍ଷର ସମସ୍ତ ଇଭିନ୍‌ ସେମିଷ୍ଟର (ରେଗୁଲାର୍ ଓ ବ୍ୟାକ୍) ପ୍ରସ୍ତାବିତ ମେ’ ୨ ତାରିଖ ପରିବର୍ତ୍ତେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ପୂର୍ବ ସୂଚୀ ଅନୁଯାୟୀ ସେମିଷ୍ଟାର ପରୀକ୍ଷା ମେ’୨ ରୁ ଆରମ୍ଭ ହେବାଲାଗି ଧାର୍ଯ୍ୟ କରାଯାଇଥିଲା, ମାତ୍ର ଏଥିରେ ପରିବର୍ତ୍ତନ କରାଯାଇ ମେ’ ୨ରୁ ମେ’ ୧୮ ଭିତରେ ହେବାକୁ ଥିବା ପରୀକ୍ଷା ମେ’ ୨୫ରୁ ଜୁନ ୧୨ ତାରିଖ ଯାଏଁ ଚାଲିବ। ପରିବର୍ତ୍ତିତ ତାରିଖ ଅନୁଯାୟୀ, ମେ’ ୨ର ପରୀକ୍ଷା ମେ’ ୨୫ରେ ଅନୁଷ୍ଠିତ ହେବ। ସେହିଭଳି ମେ’୩ର ପରୀକ୍ଷା ମେ’ ୨୭ରେ ହେବାକୁ ଥିବାବେଳେ ମେ’୪ର ପରୀକ୍ଷା ମେ’ ୨୮ରେ, ମେ’୬ର ପରୀକ୍ଷା ମେ’୨୯ରେ, ମେ’୭ର ପରୀକ୍ଷା ମେ’ ୩୦ରେ, ମେ’୮ର ପରୀକ୍ଷା ମେ’ ୩୧ରେ, ମେ’୯ର ପରୀକ୍ଷା ଜୁନ ୧ରେ, ମେ’୧୦ର ପରୀକ୍ଷା ଜୁନ ୩୩ରେ, ମେ’୧୧ର ପରୀକ୍ଷା ଜୁନ ୪ରେ, ମେ’ ୧୩ର ପରୀକ୍ଷା ଜୁନ ୬ରେ, ମେ’୧୪ର ପରୀକ୍ଷା ଜୁନ ୭ରେ, ମେ’୧୫ର ପରୀକ୍ଷା ଜୁନ ୮ରେ, ମେ’୧୬ର ପରୀକ୍ଷା ଜୁନ ୧୦ରେ, ମେ’ ୧୭ର ପରୀକ୍ଷା ଜୁନ ୧୧ରେ, ମେ’ ୧୮ର ପରୀକ୍ଷା ଜୁନ ୧୨ରେ ଅନୁଷ୍ଠିତ ହେବବୋଲି ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି। ମେ’ ୨୦ ଓ ତା’ପରେ ହେବାକୁ ଥିବା ପରୀକ୍ଷାଗୁଡ଼ିକର ତାରିଖ ଅପରିବର୍ତ୍ତିତ ରହିବ।