ଭୁବନେଶ୍ବର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଅଧୀନ ସମସ୍ତ କଲେଜର ଅଡ୍‌ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ ମୋଡ୍‌ରେ ଅନୁଷ୍ଠିତ ହେବ। ୨୦୨୧-୨୨ ଶିକ୍ଷାବର୍ଷର ବି.ଟେକ୍‌, ବି.ଫାର୍ମା, ବି.ପ୍ଲାନ୍‌ ପାଠ୍ୟକ୍ରମର ୭ମ ଏବଂ ବି.ଆର୍କିଟେକ୍‌, ଆଇ-ଏମ୍‌ବିଏ, ଆଇ-ଏମ୍‌ଏସ୍‌ସି ପାଠ୍ୟକ୍ରମର ରେଗୁଲାର ଓ ବ୍ୟାକ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ସହ କଲେଜ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଫି’, ରି-ଆଡମିସନ ଫି’ ବାବଦରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ପରୀକ୍ଷା ନିର୍ଦେଶକ କହିଛନ୍ତି।