ବିଜୁ ପଟ୍ଟନାୟକ ଛାତ୍ର ସଂଘର ରାଜ୍ୟ କମିଟି ବୈଠକ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଛାତ୍ର ସଂଘର ଅଷ୍ଟମ ରାଜ୍ୟ କମିଟି ବୈଠକ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷ ପାଇଁ ନୂଆ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ଇଞ୍ଜିନିୟରିଂ ବିଭାଗରେ ବିବେକାନନ୍ଦ ସେଠୀ, ମ୍ୟାନେଜ୍‌ମେଣ୍ଟ ବିଭାଗରେ ପୃଥିବୀରାଜ ପାତ୍ର ଓ ଡିପ୍ଲୋମା ଇଞ୍ଜିନିୟରିଂ ବିଭାଗରେ ସଞ୍ଜୟ କୁମାର ନାୟକ ସଭାପତି ଭାବେ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଓ ମୁଖ୍ୟବକ୍ତା ଭାବେ ଓଡ଼ିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ତଥା ବିଜୁ ଯୁବ ଜନତା‌ ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ନୟାଗଡ଼ସ୍ଥିତ ‘ସମର୍ପଣ’ ଜରା ନିବାସକୁ ୧୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ସଂଘର ଆବାହକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁନିଲ କୁମାର ପଣ୍ଡା ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସଂଘର ଉପଦେଷ୍ଟା ଆଶିଷ ମିଶ୍ର ସଭା ପରିଚାଳନା କରିଥିଲେ। ସଭାରେ ଶୁଭ୍ରଜିତ ପାଢ଼ୀ, ଶୁଭ୍ରାଂଶୁ ମିଶ୍ର, ସଞ୍ଜୟ ନାୟକ, ସ୍ନେହାଶିଷ ଜେନା, ଅଂଶୁମାନ ପଟ୍ଟନାୟକ, ଦେବାଶିଷ ମହାପାତ୍ର, ସାଗନ ନନ୍ଦନ ଓ ପବିତ୍ର ରାଉତ ପ୍ରମୁଖ ଛାତ୍ରନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର