ବ୍ରହ୍ମଗିରି: ରାତିରେ ବହି ବୁହାକୁ ନେଇ ଅସନ୍ତୋଷ

ବ୍ରହ୍ମଗିରି: ରାତି ଅଧରେ ବ୍ରହ୍ମଗିରି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅଟୋ ଯୋଗେ ବହି ଆସି ଏକ ବିଦ୍ୟାଳୟରେ ରହିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଖବର ନେବାରେ ଜଣାପଡ଼ିଛି ରବିବାର ରାତି ପ୍ରାୟ ସାଢ଼େ ଆଠଟା ବେଳେ ଏକ ଡାଲା ଅଟୋ ଯୋଗେ ଗଦା ଗଦା ବହି ଆସି ପୁରୀ–ସାତପଡ଼ା ରାଜପଥ କଡ଼ରେ ଥିବା ବେଣ୍ଟପୁର ପ୍ରାଥମିକ ବିଦ୍ୟାଳୟ ପାଖରେ ଅଟକି ଥିଲା। ଜଣେ ସିଆର୍‌ସିସି ଏହି ବହିଗୁଡ଼ିକୁ ବୋହି ସ୍କୁଲ୍‌ ଭିତରକୁ ନେଉଥିଲେ। ରାତି ଅଧରେ ଅନ୍ଧାର ଭିତରେ ମୋବାଇଲ୍‌ ଲାଇଟ୍‌ରେ ବହି ବୁହା ଚାଲିଥିଲା। ଏ ନେଇ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜତୀନ୍ଦ୍ର କୁମାର ନାୟକ କହିଛନ୍ତି, ଗତକାଲି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ବହି ଅଣାଯାଇ ବେଣ୍ଟପୁର ପ୍ରାଥମିକ ବିଦ୍ୟାଳୟରେ ଥିବା ଷ୍ଟକ୍‌ରୁମ୍‌ରେ ରଖା ଯାଉଥିଲା। ସେ ନିଜେ ଉପସ୍ଥିତ ରହି ବହି ସବୁ ରଖୁଥିଲେ। ଷ୍ଟକ୍‌ରୁମ୍‌ର ଚାବି ନଥିବାରୁ ରାତିରେ ବହି ରଖା ଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର