ବ୍ରହ୍ମଗିରିରେ ୮ କୋଟି ଟଙ୍କାରେ ରାସ୍ତା ଓ ପୋଲ ଶିଳାନ୍ୟାସ

‘ଭାରତର ଆତ୍ମାକୁ ଯୋଡ଼ିଥିଲେ ମହାତ୍ମା, ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ଯୋଡ଼ିବାକୁ ପ୍ରୟାସ କରୁଛି ବିଜେଡି’

ପୁରୀ: ଭାରତର ଆତ୍ମା କଥା କହି ଜାତିର ପିତା ମହାତ୍ମା ଗାନ୍ଧୀ ସାରା ଦେଶକୁ ଯୋଡ଼ିଥିଲେ। ତାଙ୍କର ଏକନିଷ୍ଠ ଉଦ୍ୟମ ଯୋଗୁ ଭାରତର ଜନତା ଏକତା ସୂତ୍ରରେ ବାନ୍ଧି ହୋଇଥିଲେ। ସେହି ମହାନ ଆତ୍ମାଙ୍କ ଜନ୍ମଦିନରେ ତାଙ୍କ ପ୍ରତି କୃତଜ୍ଞତା ଜଣାଇ ବିଜେଡି ଲୋକଙ୍କୁ ‌େଲାକଙ୍କ ସହିତ ଯୋଡ଼ିବା ପାଇଁ ପୁରପଲ୍ଲୀରେ ଜନସଂପର୍କ ପଦଯାତ୍ରାର ଆୟୋଜନ କରିଛି। ଆଜି ବ୍ରହ୍ମଗିରି ବ୍ଲକ୍ କାଣ୍ଡଗୋଦା ପଞ୍ଚାୟତ ଜନସଂପର୍କ ପଦଯାତ୍ରା ସଭାରେ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ।

ଏହି ଅବସର‌େର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଥିବା ରାସ୍ତା ଓ ବିଜୁ ସେତୁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଶ୍ରୀ ପଟ୍ଟନାୟକ। ସେ କହିଲେ ଯେ, ରାସ୍ତା ଓ ପୋଲ ଲେ‌ାକଙ୍କୁ ଲୋକଙ୍କ ସହ ଯୋଡୁଥିବାରୁ ଏଭଳି ଶିଳାନ୍ୟାସର ମହତ୍ବ ରହିଛି। ଗାନ୍ଧୀଜୀଙ୍କ କଥା ଓ କାମକୁ କାର୍ଯ୍ୟକାରୀ କରିବା ପାଇଁ ବିଜେଡି ଜନସଂପର୍କ ପଦଯାତ୍ରା ମାଧ୍ୟମରେ ପ୍ରୟାସ କରିଛି। ସେ ଆହୁରି କହିଲେ, ଯେଉଁ ଯୋଜନା ସାଧାରଣ ତଥା ଗରିବ ଲୋକଙ୍କ ସ୍ବାର୍ଥରେ ଆସୁନାହିଁ ତାହା ଯୋଜନା ନୁହେଁ। ରାଜନୈତିକ ଦଳଗୁଡିକ ଗତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିର ତୁଳନାତ୍ମକ ଚିତ୍ର ଦେଖି ଭୋଟରମାନେ ସେମାନଙ୍କ ନିଷ୍ପତ୍ତି ନିଅନ୍ତୁ। ଏହି ଅବସରରେ ଗାନ୍ଧୀଙ୍କ ନିଶା ନିବ‌ାରଣ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଲାଗି ଶ୍ରୀ ପଟ୍ଟନାୟକ ପଞ୍ଚାୟତବାସୀଙ୍କୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସଂଜୟ ଦାସ ବର୍ମା ବ୍ରହ୍ମଗିରି ନିବାର୍ଚନ ମଣ୍ଡଳୀର ବିକ‌ା‌ଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ବିଜେଡି ସରକାର ଲୋକଙ୍କ ସହିତ ରହିଛି ଏବଂ ବିକାଶକୁ ପ୍ରାଧାନ୍ୟ ଦେଉଛି। କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମ‌ାଲୋଚନା କରି ଶ୍ରୀ ଦାସ ବର୍ମା ଚିଲିକା ଉପରେ ପେ‌ାଲ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଜେପି କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ। ପେଟ୍ରୋଲ, ଡିଜେଲର ଅହେତୁକ ଦରବୃଦ୍ଧି ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ଉଜ୍ବଳା ‌େଯାଜନାରେ ଗୋଟିଏ ଗୋଟିଏ ଟାଙ୍କି ଧରାଇ ଦେଇ ପ୍ରତି ମାସରେ ଟଙ୍କା ଲୁଟ୍ କରାଯାଉଛି। ବ୍ରହ୍ମଗିରି ଅଞ୍ଚଳର ବିକାଶ ହିସାବ ଲୋକଙ୍କ ପାଖରେ ଅଛି। ନିବାର୍ଚନ ମଣ୍ଡଳୀର ଜନତା ତାଙ୍କୁ ବିଶ୍ବାସକୁ ନେଇଥିବାରୁ ସମସ୍ତଙ୍କ ନିକଟରେ ସେ ଚିର କୃତଜ୍ଞ ବୋଲି କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କେରାଣ୍ଡିଆଠାରୁ ଏକ ବିଶାଳ ମୋଟର ସାଇକଲ ଶୋଭାଯାତ୍ରାରେ ସାଂସଦ ଶ୍ରୀ ପଟ୍ଟନାୟକ ଓ ବିଧାୟକ ଶ୍ରୀ ଦାସ ବର୍ମାଙ୍କୁ ପଲ୍ଲୀ ଗାଁ ନିକଟକୁ ନିଆଯାଇଥିଲ‌ା। ସେଠାରେ ୬୬.୬୬ ଲକ୍ଷ ବ୍ୟୟ ଅଟକଳରେ ପଲ୍ଲୀ ରାସ୍ତାର ଉନ୍ନତିକରଣ ଓ ଲୁଣା ନଦୀର ମାଝିପରିଡା ନିକଟରେ ୭ କୋଟି ୩୬ ଲକ୍ଷ ଟଙ୍କାରେ ପୋଲର ଶିଳାନ୍ୟାସ କରାଯାଇଥିଲା। ଏହି ସଭାରେ ବ୍ଲକ୍ ସଭାପତି ବିଦ୍ୟାଧର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡା, ପଞ୍ଚାୟତ ସମିତି ସଭ୍ୟା ବିଷ୍ଣୁପ୍ରିୟା ବରାଳ, ନଳନୀପ୍ରଭା ବରାଳ, ଜିଲ୍ଲା ପରିଷଦ ସଭ୍ୟା ମିଲି ବେ‌େହରା, ବିଜେଡି ନେତା ବିରଞ୍ଚି ନାରାୟଣ ଦାସ, ସରୋଜ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର