ବ୍ରହ୍ମପୁର ଲୋକସଭା କ୍ଷେତ୍ର: କାହାର କେତେ ସମ୍ପତ୍ତି

ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ରହିଥିବା ୭ଟି ବିଧାନସଭା ନିମନ୍ତେ ପ୍ରାର୍ଥୀଙ୍କ ନାମାଙ୍କନ ଯାଞ୍ଚ ସରିଛି। ବ୍ରହ୍ମପୁର ଲୋକସଭା ପାଇଁ ୧୧ଜଣ ପ୍ରାର୍ଥୀ ନାମାଙ୍କନ କରିଥିବା ବେଳେ ସମସ୍ତଙ୍କ ପ୍ରାର୍ଥିତ୍ବ କାଏମ ରହିଛି। ସେହିପରି ୭ଟି ବିଧାନସଭା ପାଇଁ ୮୩ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ କିଏ କେତେ ସମ୍ପତ୍ତିର ମାଲିକ, ତାହା ସତ୍ୟପାଠ ମାଧ୍ୟମରେ ଘୋଷଣା କରିଛନ୍ତି।

ବ୍ରହ୍ମପୁର ଲୋକସଭା

ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ନାମରେ ୭ଟି ମାମଲା ରହିଥିବା ବେଳେ ଅସ୍ଥାବର ସମ୍ପତ୍ତି ୯୮ଲକ୍ଷ ୮ହଜାର ୮୦୯ ଓ ୩କୋଟି ୫୩ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। ପତ୍ନୀଙ୍କ ନାମରେ ୧୫ଲକ୍ଷ ୬୧ହଜାର ୮୩ଟଙ୍କାର ଅସ୍ଥାବର ଓ ୮୬ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। କଂଗ୍ରେସ ପ୍ରାର୍ଥୀ ରଶ୍ମିରଂଜନ ପଟ୍ଟନାୟକଙ୍କ ନାମରେ ୬୧ଲକ୍ଷ ୩୦ହଜାର ଟଙ୍କାର ଅସ୍ଥାବର ଓ ୧କୋଟି ୨ଲକ୍ଷ ୪୫ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ପତ୍ନୀଙ୍କ ନାମରେ ୬୧ଲକ୍ଷ ୮୩ହଜାର ୧୯୮ ଟଙ୍କାର ଅସ୍ଥାବର ଓ ୮୫ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସ୍ବାଧୀନ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁଙ୍କ ନାମରେ ୧୬କୋଟି ୮୧ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ପତ୍ନୀଙ୍କ ନାମରେ ୫କୋଟି ୩ଲକ୍ଷ ଟଙ୍କାର ଅସ୍ଥାବର ଓ ୪କୋଟି ୮୫ଲକ୍ଷ ୮୨ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ୭ଟି ମାମଲା ରହିଥିବା ବେଳେ ୨୫ଲକ୍ଷ ୧୫ହଜାର ୩୬୨ ଟଙ୍କାର ଅସ୍ଥାବର ଓ ୫୦ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ପତ୍ନୀଙ୍କ ନାମରେ ୧କୋଟି ୩୮ଲକ୍ଷ ୨୦ହଜାର ଟଙ୍କାର ଅସ୍ଥାବର ଓ ୧କୋଟି ୧୯ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।

ଛତ୍ରପୁର ବିଧାନସଭା

ଛତ୍ରପୁର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କ ନାମରେ ୬୩ ଲକ୍ଷ ୨୬ହଜାର ୯୩୯ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ପତ୍ନୀଙ୍କ ନାମରେ ୧୨ଲକ୍ଷ ୪୦ହଜାର ୮୨୧ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେହିପରି ସୁବାସଙ୍କ ନାମରେ ବର୍ତ୍ତମାନର ବଜାର ମୂଲ୍ୟ ଅନୁସାରେ ୧ କୋଟି ୭୭ ଲକ୍ଷ ୭ ହଜାର ୨୯ ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କ ନାମରେ ୮୩ଲକ୍ଷ ୮୯ହଜାର ୩୧୮ ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ପତ୍ନୀଙ୍କ ନାମରେ ୮ଲକ୍ଷ ୨୫ହଜାର ୨୦ଟଙ୍କାର ସମ୍ପତ୍ତି ରହିଛି। ସେହିପରି କୃଷ୍ଣଙ୍କ ନାମରେ ୧କୋଟି ୯୪ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। କୃଷ୍ଣଙ୍କ ନାମରେ ଗୋଟିଏ ଅପରାଧ ମାମଲା ରହିଛି। କଂଗ୍ରେସ ପ୍ରାର୍ଥୀ ଭାଗୀରଥି ବେହେରାଙ୍କ ନାମରେ ୨୭ଲକ୍ଷ ୪୬ହଜାର ୯୭୮ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ପତ୍ନୀ ୨୪ଲକ୍ଷ ୬୯ହଜାର ଟଙ୍କାର ସମ୍ପତ୍ତି ରହିଛି। ଭାଗୀରଥିଙ୍କ ନାମରେ ଦୁଇଟି ମାମଲା ରହିଛି।

ଦିଗପହଣ୍ଡି ବିଧାନସଭା

ଦିଗପହଣ୍ଡି ବିଜେଡି ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କ ନାମରେ ୨ କୋଟି ୩୮ଲକ୍ଷ ୮୦ହଜାର ଟଙ୍କାର ଅସ୍ଥାବର ଓ ୪ କୋଟି ୬୯ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ବେଳେ ପତ୍ନୀଙ୍କ ନାମରେ ୧କୋଟି ୩୪ଲକ୍ଷ ୯୦ହଜାର ଟଙ୍କାର ଅସ୍ଥାବର ଓ ସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ୨୨କୋଟି ୩୪ଲକ୍ଷ ୧୯ହଜାର ଟଙ୍କା ହେବ। ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ନାମରେ ୯୮ଲକ୍ଷ ୩୭ହଜାର ୯୪୦ ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ୧କୋଟି ୩୦ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ପତ୍ନୀଙ୍କ ନାମରେ ୪୯ଲକ୍ଷ ୯୫ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାରଙ୍କ ନାମରେ ୬୯ଲକ୍ଷ ୬୫ହଜାର ଟଙ୍କାର ଅସ୍ଥାବର ଓ ୧କୋଟି ୫୯ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ପତ୍ନୀଙ୍କ ନାମରେ ୧୦ଲକ୍ଷ ୬୧ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ସତ୍ୟପାଠରେ ଦର୍ଶାଯାଇଛି।

ଚିକିଟି ବିଧାନସଭା

ଚିକିଟି ବିଜେଡି ପ୍ରାର୍ଥୀ ଶ୍ରୀରୂପ ଦେବଙ୍କ ନାମରେ ୨କୋଟି ୨୨ଲକ୍ଷ ୨୨ହଜାର ଟଙ୍କାର ଅସ୍ଥାବର ଓ ୩କୋଟି ୨୯ଲକ୍ଷ ୩୬ହଜାର ଟଙ୍କାର ସ୍ଥାବର ଏବଂ ପତ୍ନୀଙ୍କ ନାମରେ ୩କୋଟି ୭୬ଲକ୍ଷ ଟଙ୍କାର ଅସ୍ଥାବର ଓ ୧କୋଟି ୧୨ଲକ୍ଷ ୪୧ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରାଙ୍କ ନାମରେ ୨୬ଲକ୍ଷ ୨୩ ହଜାର ୩୭୪ ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ୮ଲକ୍ଷ ୫୦ହଜାର ଟଙ୍କାର ସ୍ଥାବର ଏବଂ ପତ୍ନୀଙ୍କ ନାମରେ ୪୯ଲକ୍ଷ ୧୭ହଜାର ଟଙ୍କାର ଅସ୍ଥାବର ଓ ୨ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସେହିପରି ମନୋରଂଜନଙ୍କ ନାମରେ ୩ଟି ମାମଲା ରହିଛି।

ବ୍ରହ୍ମପୁର ବିଧାନସଭା

ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ଡା. ରମେଶ ଚନ୍ଦ୍ରଚ୍ୟାଉପଟ୍ଟନାୟକଙ୍କ ନାମରେ ୬୫ଲକ୍ଷ ୯୭ହଜାର ୬୩୨ଟଙ୍କାର ଅସ୍ଥାବର ଓ ୪ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ନାମରେ ଗୋଟିଏ ମାମଲା ରହିଛି। କଂଗ୍ରେସ ପ୍ରାର୍ଥୀ ଦୀପକ ପଟ୍ଟନାୟକଙ୍କ ନାମରେ ୪୦ଲକ୍ଷ ୭୦ହଜାର ୧୧୫ ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ୬୪ଲକ୍ଷ ୬୫ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ବିଜେପି ପ୍ରାର୍ଥୀ କେ. ଅନୀଲ କୁମାରଙ୍କ ନାମରେ ୧କୋଟି ୪୬ଲକ୍ଷ ୮୧ହଜାର ଟଙ୍କାର ଅସ୍ଥାବର ଓ କୋଟିଏ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀଙ୍କ ନାମରେ ୩୫ଲକ୍ଷ ୩୭ହଜାର ୩୮୫ଟଙ୍କାର ଅସ୍ଥାବର ଓ କୋଟିଏ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।

ଗୋପାଳପୁର ବିଧାନସଭା

ଗୋପାଳପୁର ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ନାମରେ ୩କୋଟି ୯୩ଲକ୍ଷ ୪୫ହଜାର ଟଙ୍କାର ଅସ୍ଥାବର ଓ ୭କୋଟି ୧୨ଲକ୍ଷ ୬୭ହଜାର ୪ଶହ ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ପତ୍ନୀଙ୍କ ନାମରେ ୧କୋଟି ୮୮ଲକ୍ଷ ୮୪ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କ ନାମରେ ୪୨ଲକ୍ଷ ୯୯ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ୧କୋଟି ୮୦ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସେହିପରି ବିଭୂତିଙ୍କ ନାମରେ ୧୦ଟି ମାମଲା ରହିଛି।

ମୋହନା ବିଧାନସଭା

ମୋହନା ବିଜେଡି ବିଧାୟକ ପ୍ରାର୍ଥୀ ଅନ୍ତର୍ଯାମୀ ଗମାଙ୍ଗଙ୍କ ନାମରେ ୪୮ ଲକ୍ଷ ୫୩ ହଜ‌ାର ୨୩୪ ଟଙ୍କା ଓ ୭୦ ଲକ୍ଷର ଅସ୍ଥ‌ାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀଙ୍କ ନାମରେ ୯ଲକ୍ଷ ୫୧ ହଜାର ୪୮୭ ଟଙ୍କର ସ୍ଥାବର ସମ୍ପତ୍ତି ରହିଛି। ତେବେ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବା ସେ ସତ୍ୟାପାଠରେ ଦର୍ଶାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗଙ୍କ ନାମରେ ୪୬ ଲକ୍ଷ ୪୫ ହଜାର ୨୦୦ ଟଙ୍କା ଓ ୮୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀଙ୍କ ନାମରେ ୨ ଲକ୍ଷ ୭୫ ହଜାର ଟଙ୍କାର ସ୍ଥାବର ଓ ୫୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ଦାଶରଥିଙ୍କ ନାମରେ କୌଣସି ମାମଲା ନାହିଁ। ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକଙ୍କ ୫ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ବେଳେ ୭ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ପତ୍ନୀଙ୍କ ନାମରେ ୩୦ ଲକ୍ଷର ସ୍ଥାବର ଏବଂ ୩୦ ଲକ୍ଷର ଅସ୍ଥାବର ସମ୍ପତ୍ତି ରହିଛି। ପ୍ରଶାନ୍ତଙ୍କ ନାମରେ ଦୁଇଟି ଅପରାଧିକ ମାମଲା ରହିଛି।

ପାରଳାଖେମୁଣ୍ଡି ବିଧାନସଭା

ପାରଳାଖେମୁଣ୍ଡି ଆସନରେ ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ନାମରେ ୧ କୋଟି ୮୯ ଲକ୍ଷ ୨୦ହଜାର ୧୧ ଟଙ୍କାର ସ୍ଥାବର ଓ ୨୦ ଲକ୍ଷ ଟଙ୍କାର ଅସ୍ଥ‌ାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀଙ୍କ ନାମରେ ୧୦ ଲକ୍ଷ ୮୩ ହଜାର ୫୧୫ ଟଙ୍କାର ସ୍ଥାବର ଓ ୯୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ସତ୍ୟାପାଠରେ ଦର୍ଶାଇଛନ୍ତି। ରୂପେଶଙ୍କ ନାମରେ କୌଣସି ମାମଲା ନାହିଁ। ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓଙ୍କ ନାମରେ ୬୧ ଲକ୍ଷ ୬୦ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ବେଳେ କୌଣସି ଅସ୍ଥାବର ସମ୍ପତ୍ତି ନଥିବା ଦର୍ଶାଇଛନ୍ତି। ନାରାୟଣଙ୍କ ନାମରେ ମଧ୍ୟ କୌଣସି ମାମଲା ନାହିଁ। ସେହିପରି କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକଙ୍କ ନାମରେ ୨ କୋଟି ୨୯ ହଜାର ୫୭୪ ଟଙ୍କାର ସ୍ଥାବର ଓ ୫ କୋଟି ୨ଲକ୍ଷ ୫୪ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ପତ୍ନୀଙ୍କ ନାମରେ ୧ କୋଟି ୧୮ ଲକ୍ଷ ୭୪ ହଜାର ୪୧୬ ଟଙ୍କାର ସ୍ଥାବର ଓ ୧କୋଟି ୨୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ବିଜୟଙ୍କ ନାମରେ ମଧ୍ୟ କୌଣସି ଅାପରାଧିକ ମାମଲା ନଥିବା ଦର୍ଶାଯାଇଛି।

ସମ୍ବନ୍ଧିତ ଖବର