ରାଉରକେଲା: ପଶ୍ଚିମ ଓଡ଼ିଶାର ଜୀବନ ରେଖା ବ୍ରାହ୍ମଣୀ ପୋଲ ମଝିରେ ପଡ଼ିଥିବା  ଲୁହା ପ୍ଲେଟ ନିକଟରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି l ଫଳରେ ଗତକାଲି ବିଳମ୍ବିତ ରାତିରେ ଲୁହା ପ୍ଲେଟ ଦବି ଯାଇଥିଲା l ଏହିପାଇଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି l ଏ ସଂପର୍କରେ ଖବର ପାଇ ଆଜି ସକାଳୁ ଏନଏଚଏଆଇ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି।

Advertisment

ଏନେଇ ଏନଏଚଏଆଇ ପ୍ରକଳ୍ପ ନିର୍ଦେଶକ ସୌରଭ ଚୌରାସିଆ ସୂଚନା ଦେଇଛନ୍ତି l ସେ କହିଛନ୍ତି ଯେ ପୋଲ ମଝିରେ ଫାଟ ସୃଷ୍ଟି ହୋଇଥିବାରୁ ସେଥିରେ ଲୁହା ପ୍ଲେଟ ପଡ଼ିଥିଲା l ମରାମତି କାମ ଚାଲିଛି l ସେମିତି କିଛି ବିପଦ ନାହିଁ l

publive-image

ଗତ ୧୫ ଦିନ ତଳେ ବ୍ରାହ୍ମଣୀ ପୋଲକୁ ମରାମତି କରାଯାଇଥିଲା l ବାରମ୍ବାର ଏମିତି ପୋଲରେ ବିପଦ ଦେଖା ଦେଉଥିବାରୁ ରାଉରକେଲା ସହରବାସୀ ଭୟଭୀତ ହୋଇ ପଡ଼ିଛନ୍ତି l ସେପଟେ ବହୁ ପ୍ରତୀକ୍ଷିତ ଦ୍ବିତୀୟ ବ୍ରାହ୍ମଣୀ ପୋଲ ନିର୍ମାଣ କାମ  ଜାରି ରହିଛି l ନିର୍ମାଣ କାମ କଚ୍ଛପ ଗତିରେ ଚାଲିଥିବାରୁ ନିର୍ଦ୍ଧାରିତ ସମୟରେ ଶେଷ ହେଵା ନେଇ ଅନିଶ୍ଚିତତା ଦେଖାଦେଛି l