ବିଧାନସଭାରେ ବ୍ରାହ୍ମଣୀ ଦ୍ୱିତୀୟ ସେତୁ

ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥ ଓ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ସଂଯୋଗୀକରଣ ରାସ୍ତା ପାଇଁ ଏବେ ବି ଜମି ପ୍ରତିବନ୍ଧକ ହୋଇ ରହିଛି। ସେତୁ ଓ ରାସ୍ତା ନିର୍ମାଣରେ ବିଳମ୍ବ ଯୋଗୁୁଁ ରାଉରକେଲା ବିଧାୟକ ଦିଲୀପ ରାୟ ପୁଣି ଉଦ୍‌ବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛନ୍ତି।

ବିଧାୟକ ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ରାଉରକେଲା ନିକଟରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ କେବେ ସୁଦ୍ଧା ଶେଷ ହେବ ସେ ନେଇ ଆକଳନ ହୋଇ ପାରିନାହିଁ। ତେବେ ଏହି ସେତୁକୁ ସଂଯୋଗ କରୁଥିବା ବୀରମିତ୍ରପୁର-ରାଜାମୁଣ୍ଡା-ବାରକୋଟ୍‌ ରାସ୍ତାର କାର୍ଯ୍ୟ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି। ମନ୍ତ୍ରୀ କହିଛନ୍ତି, ଉକ୍ତ ପ୍ରକଳ୍ପକୁ ମେସର୍ସ ଜିକେସି ପ୍ରୋଜେକ୍ଟସ ଲିମିଟେଡ୍‌କୁ ୩୮୧କୋଟି ୭୫ ଲକ୍ଷ ଟଙ୍କାରେ ନିର୍ମାଣ କରିବା ପାଇଁ ଦିଆଯାଇଛି। ଏହି ପ୍ରକଳ୍ପର ନିର୍ମାଣ ଲାଗି ଗତ ମଇ ୨୩ ତାରିଖରେ ଘୋଷଣା ହୋଇଛି । ବ୍ରାହ୍ମଣୀ ସେତୁର ପାଇଲିଂ କାର୍ଯ୍ୟ ସହିତ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ ହେଉଛି।

ସମ୍ବନ୍ଧିତ ଖବର