ବ୍ରାହ୍ମଣୀଦେଇପଡ଼ା ଡ୍ରେନେଜ୍‌ ସମସ୍ୟା, ହାଇକୋର୍ଟଙ୍କ ହସ୍ତକ୍ଷେପ

ଅନୁଗୁଳ : ଅନୁଗୁଳ ସହର ଭିତରେ ଥିବା ବ୍ରାହ୍ମଣୀଦେଇପଡ଼ାରେ ଡ୍ରେନେଜ ସମସ୍ୟା କାରଣରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିନେଇ ହାଇକୋର୍ଟରେ ଆଇନଜୀବୀ ଅଲେଖ କୁମାର ସାହୁ ଏକ ଜନସ୍ବାର୍ଥ ମାମଲା ଦାୟର କରିବା ପରେ ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ବ୍ରାହ୍ମଣୀଦେଇପଡାରେ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନାହିଁ। ଫଳରେ ରାସ୍ତା ଉପରେ ମଇଳା ପାଣି ଯାଉଛି। ଲୋକମାନେ ଏହି ମଇଳା ପାଣି ଉପରେ ଯିବା ଆସିବା କରିବା ପାଇଁ ବାଧ୍ୟ ହେଉଛନ୍ତି। ଏପରିକି ଛୋଟପିଲାମାନେ ବର୍ଷା ଦିନରେ ସ୍କୁଲ ଯାଇ ପାରୁ ନାହାନ୍ତି। ଘରୁ ବାହାରିଲେ ଆଣ୍ଠୁଏ ପାଣିରେ ଆସିବାକୁ ପଡ଼ୁଛି। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ଡ୍ରେନେଜ ବ୍ୟବସ୍ଥା କରିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏ ଦିଗରେ ବିଚାର କରିବାକୁ ହାଇକୋର୍ଟ ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି। ଆବେଦନକାରୀଙ୍କ ପିଟିସନର ବିଚାର କରି ଏପ୍ରିଲ ୨୬ ତାରିଖ ସୁଦ୍ଧା ନିର୍ଦେଶାନାମା ଦେବାକୁ ହାଇକୋର୍ଟ କହିଥିବା ଆବେଦନକାରୀ ଅଲେଖ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର