୯ରେ ରାଉରକେଲାରେ ବ୍ରାହ୍ମଣ ମହାସଭାର ବିଶେଷ ଅଧିବେଶନ

ଭୁବନେଶ୍ୱର : ଅଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୯ ତାରିଖ ପୂର୍ବାହ୍‌ଣ ୧୧ଟା ସମୟରେ ରାଉରକେଲାରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ଜୟକୃଷ୍ଣ ଶର୍ମା, ଶ୍ରଦ୍ଧା ଷଡ଼ଙ୍ଗୀ, ଭଗବାନ ପଣ୍ଡା ଏବଂ ନଗେନ୍ଦ୍ରନାଥ ମିଶ୍ରଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଯୋଗଦେଇ ସୁପ୍ରିମକୋର୍ଟଙ୍କ ଦଳିତ ନିର୍ଯାତନା ସମ୍ପର୍କିତ ରାୟ ସମ୍ପର୍କରେ ଆଲୋଚନା କରିବେ। ଏଥିରେ ସମସ୍ତ ଜିଲ୍ଲାର ବ୍ରାହ୍ମଣ ମହାସଭାର କର୍ମକର୍ତାମାନେ ଯୋଗଦେବେ। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋବାଇଲ୍‌ ନଂ ୮୭୬୩୬୮୨୪୧୦ରେ ଯୋଗାଯୋଗ କରିବାକୁ ବ୍ରାହ୍ମଣ ମହାସଭାର ସମ୍ପାଦକ ଭଗବାନ ପଣ୍ଡା ଜଣାଇଛନ୍ତି।

ସମ୍ବନ୍ଧିତ ଖବର