ବାଲେଶ୍ୱର : ବିଶ୍ୱର ସବୁଠୁ କ୍ଷିପ୍ର ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ନୂତନ ଉପକ୍ରମର ପରୀକ୍ଷଣ ଆଜି ସଫଳ ହୋଇଛି। ସୋମବାର ସକାଳ ୧୦ଟା ୪୪ମିନିଟ୍ରେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚପ୍ୟାଡ୍ରୁ ଏହି ପରୀକ୍ଷଣ କରାଯାଇଥିଲା। ଭାରତ ଓ ଋଷର ମିଳିତ ଉଦ୍ୟମରେ ବିକଶିତ ହୋଇଥିବା ବ୍ରହ୍ମୋସର କାର୍ଯ୍ୟଅବଧି ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ଏହି ପରୀକ୍ଷଣର ଉଦ୍ଦେଶ୍ୟ ରହିଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ୨୦୧୭ ନଭେମ୍ବର ୨୨ ତାରିଖରେ ଭାରତୀୟ ବାୟୂସେନା ପକ୍ଷରୁ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଥିଲା। ଏହାପରେ ଏହି କ୍ଷେପଣାସ୍ତ୍ର ଜଳ, ସ୍ଥଳ ଓ ଆକାଶମାର୍ଗରୁ ଶତ୍ରୁପକ୍ଷର ବିମାନକୁ ଲକ୍ଷ୍ୟଭେଦ କ୍ଷମତା ହାସଲ କରିଥିଲା। ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ରର ଲମ୍ବ ୨୮ ଫୁଟ୍ ଥିବାବେଳେ ଗୋଲେଇ ୨ଫୁଟ୍ ଓ ଓଜନ ରହିଛି ୩୦୦୦ କିଲୋଗ୍ରାମ।