ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ମୋଟ ୧,୫୩, ୭୧୬ ଜଣ ମତଦାନ କରିଛନ୍ତି। ଏଥିରୁ ପୁରୁଷ ସଂଖ୍ୟା ୮୦, ୮୪୮ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୭୨, ୮୬୫ ଥିବା ଜଣାପଡ଼ିଛି। ଅର୍ଥାତ ମୋଟ ଭୋଟ ପ୍ରତିଶତ ୭୧. ୫୩ ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ମତଦାନ ହାର ୫୨.୫୯ ଓ ମହିଳା ଭୋଟ ହାର ୪୭.୪୦ ଅଟେ। ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨,୧୪, ୮୭୮ ହୋଇଥିବା ବେଳେ ଏଥିରେ ପୁରୁଷ ଭୋଟର ୧,୧୦,୦୫୦  ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧,୦୪, ୮୧୧ ।

Advertisment

ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୧୭ ହୋଇଥିବା ବେଳେ ସେଥିରୁ ୩ ଜଣ ଉପନିର୍ବାଚନରେ ଭୋଟଦାନ କରିଥିବା ଜଣାଯାଇଛି। ୨୦୧୯ ନିର୍ବାଚନରୁ ଚଳିତ ଉପନିର୍ବାଚନ ଭୋଟଦାନ ହାର କମି ଯାଇଥିବା ଜଣାଯାଇଛି। ଗତ ନିର୍ବାଚନରେ ମତଦାନ ହାର  ୭୭.୯୦ ପ୍ରତିଶତ ଥିବା ବେଳେ ଏହି ଉପନିର୍ବାଚନରେ ପ୍ରାୟ ସାଢ଼େ ୬ ପ୍ରତିଶତ ମତଦାନ ହାର ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି।