ବ୍ରଜରାଜନଗର ଉପନିର୍ବାଚନରେ ଇତିହାସର ପୁନରାବୃତ୍ତି ହେବ: ଯଜ୍ଞେଶ୍ୱର

ବ୍ରଜରାଜନଗର : କଂଗ୍ରେସ ପୁରାତନ ରାଜନୈତିକ ଦଳ ଓ ତୃଣମୂଳ ସ୍ତରରେ ଏହାର ସଙ୍ଗଠନ ରହିଛି। ଚଳିତଥର ବ୍ରଜରାଜନଗରରେ ୧୯୯୮ ମସିହାରେ ହୋଇଥିବା ଉପନିର୍ବାଚନର ପୁନରାବୃତ୍ତି ଘଟିବ ଏବଂ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଏଠାରୁ ଜିତିବେ ବୋଲି ଦଳର ବରିଷ୍ଠ ନେତା ଯଜ୍ଞେଶ୍ୱର ବାବୁ କହିଛନ୍ତି।

ଶ୍ରୀ ବାବୁ ସୋମବାର ଦିନ ଦଳୀୟ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ଏଠାକୁ ନିର୍ବାଚନ ପ୍ରଚାରରେ ଆସିଥିଲେ। ଏହି ଅବସରରେ ସେ ଗଣମାଧ୍ୟମକୁ କହିଥିଲେ, କଂଗ୍ରେସ ହାୱାରେ ବିଶ୍ୱାସ କରେନାହିଁ। କିଶୋର ପଟେଲଙ୍କ ନିର୍ବାଚନ ରଣକୌଶଳ ଭିନ୍ନ ଢଙ୍ଗର। ରାଜ୍ୟରେ ଜନତା ଦଳ କ୍ଷମତାରେ ଥିବା ସମୟରେ ଶ୍ରୀ ପଟେଲ ୧୯୭୭ ମସିହାରେ ସୁନ୍ଦରଗଡ଼ରୁ ବିଜୟୀ ହୋଇଥିଲେ। ୧୯୮୦ ରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିଥିଲା। ସେହିପରି ପ୍ରସନ୍ନ ପଣ୍ଡାଙ୍କ ଦେହାନ୍ତ ପରେ ସ୍ବର୍ଗତ କେଶବ ସାହୁ କଂଗ୍ରେସରୁ  ବିଜୟୀ ହୋଇଥିଲେ। ଚଳିତ ଉପନିର୍ବାଚନରେ ବି ଏହାର ପୁନରାବୃତ୍ତି ଘଟିବ ବୋଲି ସେ କହିଥିଲେ। ଆହୁରି ମଧ୍ୟ କଂଗ୍ରେସରେ ଏଠାରେ ଗୋଷ୍ଠୀ କନ୍ଦଳ ନାହିଁ ଏବଂ ଦଳ ଏକ ହୋଇ ଲଢୁ ଥିବାରୁ ଦଳ ବିଜୟ ଆଶା କରିବା ସ୍ବାଭାବିକ ବୋଲି କହିଥିଲେ। ଜଗଦୀଶ ପୁରୋହିତ, ଚନ୍ଦନ ସିଂ, ପ୍ରିୟବ୍ରତ ସାହୁ, ବରୁଣ, ଦେବେଶ ପଣ୍ଡା, ସୁରେନ୍ଦ୍ର ସାହୁ, ସଞ୍ଜୟ ସିଂ, ପ୍ରଦୀପ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର