ବ୍ରଜରାଜନଗର: ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶରେ ବ୍ରଜରାଜନଗର ସୁପର ମାର୍କେଟରେ ଥିବା ୨୮ଟି ପିଣ୍ଡିକୁ ବ୍ରଜରାଜନଗର ପୌର ପରିଷଦ ପକ୍ଷରୁ ଉଚ୍ଛେଦ କରାଯାଇଛି। ସକାଳେ ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ଉପସ୍ଥିତିରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ତହସିଲ୍ଦାର ବି.ବି ମଂଗରାଜ, ବ୍ରଜରାଜନଗର ଆଇଆଇସି ଏ.ବି ଗୁରୁ ଏହି ପ୍ରକ୍ରିୟା ଶେଷ କରିଥିଲେ। ସୁପର ମାର୍କେଟରେ ପରିଷଦ ପକ୍ଷରୁ ମୋଟ ୭୨ଟି ପିଣ୍ଡି ନିର୍ମାଣ କରାଯାଇଥିଲା। ଗତ ୨୫.୦୨.୧୬ରେ ଏହି ପିଣ୍ଡିରୁ ୪୪ଟି ପିଣ୍ଡିକୁ ସେ ସମୟରେ ବ୍ରଜରାଜନଗର ପୌର ପରିଷଦ ପକ୍ଷରୁ ଭଂଗା ଯାଇଥିଲା। ବାକି ୨୮ଟି ପିଣ୍ଡିରେ ଥିବା ଦୋକାନୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଗତ ୨୭.୦୭.୧୭ରେ ହାଇକୋର୍ଟଙ୍କ ରାୟ ପୌର ପରିଷଦ ସପକ୍ଷରେ ଯାଇଥିଲା। ସୁପର ମାର୍କେଟରେ ଘର ପୁନଃନିର୍ମାଣ ନ ହେବା ପର୍ଯ୍ୟନ୍ତ ପରିଷଦ ପକ୍ଷରୁ ଦୋକାନୀଙ୍କୁ ଅସ୍ଥାୟୀ ଭାବେ ସ୍ଥାନ ଯୋଗାଇ ଦେବାକୁ ନିର୍ଦେଶ ରହିଥିଲା। ତେବେ, ୨୮ ଜଣ ଦୋକାନୀଙ୍କୁ ସୋମବାର ବଜାରରେ ପରିବା ବଜାର ଲଗାଇପାରିବେ ବୋଲି ମଧ୍ୟ କୁହାଯାଇଥିଲା। ଗତ ୨୯.୦୮.୧୭ ଓ ୨୬.୦୯.୧୭ରେ ପିଣ୍ଡି ଖାଲି କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ସୂଚନାଯୋଗ୍ୟ, ପନିପରିବା ବ୍ୟବସାୟୀଙ୍କ ପାଇଁ ସୁପର ମାର୍କେଟରେ ପରିଷଦ ପକ୍ଷରୁ ପିଣ୍ଡି ଯୋଗାଇ ଦିଆଯାଇଥିଲା। କିନ୍ତୁ, ପରିବା ବଜାର ପରିବର୍ତ୍ତେ ଦୋକାନୀମାନେ ନିଜ ଗୋଦାମ ଘର ଓ ଦୋକାନ ଭାବେ ଏହାକୁ ବ୍ୟବହାର କରୁଥିବା ଦୃଷ୍ଟିକୋଣରୁ ପିଣ୍ଡି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରିଷଦର ଏକ ବୈଠକରେ ଏହି ଦୋକାନୀଙ୍କୁ ବେଦଖଲ ଘୋଷଣା କରାଯିବା ସହ ଜାଗା ଖାଲି କରିବାକୁ ନିର୍ଦେଶ ଦିଆଯାଇଥିଲା।
ବ୍ରଜରାଜନଗର ସୁପର ମାର୍କେଟ ପିଣ୍ଡି ଉଚ୍ଛେଦ ପ୍ରକ୍ରିୟା ଶେଷ
/sambad/media/post_attachments/wp-content/uploads/2017/10/jharsuguda-1.jpg)
/sambad/media/agency_attachments/2024-07-24t043029592z-sambad-original.webp)