ବ୍ରଜରାଜ କେଡ଼ିଆ ଦିଲ୍ଲୀ ପ୍ରଦେଶ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ

ବ୍ରଜରାଜ କେଡ଼ିଆ ଦିଲ୍ଲୀ ପ୍ରଦେଶ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ନିବାସୀ ସ୍ୱର୍ଗତ ପ୍ରଭୁଲାଲ କେଡ଼ିଆ ଏବଂ ସ୍ୱର୍ଗତ ସୁଶୀଳା କେଡ଼ିଆଙ୍କ ସୁପୁତ୍ର ବ୍ରଜରାଜ କେଡ଼ିଆ ଦିଲ୍ଲୀ ପ୍ରଦେଶର ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ବଲାଙ୍ଗୀରର ସାମାଜିକ କର୍ମୀ ବିଷ୍ଣୁ ପ୍ରସାଦ କେଡ଼ିଆଙ୍କ ସେ ବଡ଼ଭାଇ ଅଟନ୍ତି।

ରାଜେନ୍ଦ୍ର କଲେଜରୁ ବି.ଏ (ସମ୍ମାନ)ରେ ପାସ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଇନ ପାଠ ପଢ଼ି ୨୦୦୩ ମସିହାରୁ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅତିରିକ୍ତ ଜିଲ୍ଲା ଜଜ୍ ଏବଂ ସେସନ ଜଜ୍ ଭାବରେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଦିଲ୍ଲୀ ପ୍ରଦେଶରେ ଟାଡ଼ା, ପୋଟା, ଭିଜିଲେନ୍ସ ଜଜ୍, ତଥା ଫାମିଲି କୋର୍ଟର ଦିଲ୍ଲୀ ପ୍ରଦେଶ ମୁଖ୍ୟ ଭାବରେ ସେ କାର୍ଯ୍ୟରତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe