ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନରେ ୭୧.୫୩% ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ବ୍ରଜରାଜନଗରରେ ମୋଟ୍ ୨,୧୪,୮୭୮ଜଣ ଭୋଟର ଥିବା ବେଳେ ୧,୫୩,୭୧୬ଜଣ ମତଦାନ କରିଛନ୍ତି। ସେହିପରି ୧,୧୦,୦୫୦ଜଣ ପୁରୁଷ ଭୋଟର ଥିବା ବେଳେ ୮୦,୮୪୮ଜଣ ମତଦାନ କରିଛନ୍ତି। ୧,୦୪,୮୧୧ଜଣ ମହିଳା ଭୋଟର ଥିବାବେଳେ ୭୨,୮୬୫ଜଣ ମତଦାନ କରିଛନ୍ତି। ୧୭ଜଣ କିନ୍ନର ମତଦାନ ଥିବାବେଳେ ୩ଜଣ ଭୋଟ୍ ଦେଇଛନ୍ତି। ପୋଷ୍ଟାଲ ବାଲଟ୍ରେ ଯେଉଁମାନେ ମତଦାନ କରିଛନ୍ତି ସେମାନଙ୍କୁ ମିଶାଯାଇନି।
ବ୍ରଜରାଜନଗରରେ ୭୧.୫୩% ମତଦାନ
/sambad/media/post_attachments/wp-content/uploads/2022/06/jjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)