୬୦ଟି ଉତ୍ତେଜନାପ୍ରବଣ ବୁଥ୍
୫୦% ବୁଥ୍ରେ ୱେବକାଷ୍ଟିଂ ହେବ
ସକାଳ ୭ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ
୨୭୯ଟି ବୁଥ୍ରେ ଭୋଟ୍ ଦେବେ ୨,୧୪,୮୭୮ ଜଣ
ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ରବିବାର ସଂଧ୍ୟାରେ ପ୍ରଚାର ଶେଷ ହେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପରିଚାଳନା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ୩୧ ତାରିଖରେ ୨୭୯ ଗୋଟି ବୁଥ୍ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।
ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ, ଆଜିଠାରୁ ସମସ୍ତ ପୁଲିଂ ପାର୍ଟି ଭୋଟଗ୍ରହଣ ନିମନ୍ତେ ଆବଶ୍ୟକ ନିର୍ବାଚନ ସାମଗ୍ରୀ ଧରି ନିଜ ନିଜର ବୁଥକୁ ଯାଇଛନ୍ତି। ଏହି ନିର୍ବାଚନରେ ସଂରକ୍ଷିତ କର୍ମଚାରୀଙ୍କୁ ମିଶାଇ ମୋଟ ୧୨୨୮ ଜଣ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସମଗ୍ର ନିର୍ବାଚନ ମଣ୍ଡଳୀରେ ୯୭୦ ଜଣ ସୁରକ୍ଷା କର୍ମଚାରୀ ଏବଂ ତିନି କମ୍ପାନି କେନ୍ଦ୍ରୀୟ ପୁଲିସ ଦଳଙ୍କୁ ଅବସ୍ଥାପିତ କରାଯାଇଛି।
ଏହି ଉପନିର୍ବାଚନରେ ୧୧୦୦୫୦ ଜଣ ପୁରୁଷ, ୧୦୪୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୨୧୪୮୭୮ ଜଣ ଭୋଟର ଭୋଟ୍ ଦେବେ। ୬୦ଟି ଉତ୍ତେଜନାପ୍ରବଣ ବୁଥ୍ରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି। ଏହି ବୁଥ୍ରେ ୫୦ ଜଣ ମାଇକ୍ରୋ ଅବଜରଭରଙ୍କ ସହ ଅତିରିକ୍ତ କେନ୍ଦ୍ରୀୟ ପୁଲିସ ବଳଙ୍କୁ ନିଯୁକ୍ତ କରାଯିସହ େୱବ୍କାଷ୍ଟିଂର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ମଣ୍ଡଳୀର ୫୦% ବୁଥ୍ରେ ୱେବକାଷ୍ଟିଂ କରାଯିବ।
ଭୋଟରଙ୍କ ସୁବିଧା ନିମନ୍ତେ ୩୦ଟି ମଡେଲ୍ ବୁଥ୍ ହୋଇଛି। ସେହିପରି ୫ଟି ପିଙ୍କ୍ ବୁଥ୍, ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ସବୁ ବୁଥ୍ରେ ରୢାମ୍ପ, ହ୍ୱିଲ୍ଚେୟାର ସହ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ୮୦ ବର୍ଷରୁ ଉର୍ଦ୍ଧ୍ବ ଭୋଟର ଯେଉଁମାନେ ପୋଷ୍ଟାଲ ବାଲାଟ୍ରେ ଭୋଟ ଦେବା ପାଇଁ ପସନ୍ଦ କରିଥିଲେ ସେମାନଙ୍କ ମଧ୍ୟରୁ ୩୧୨ ଜଣ ଯୋଗ୍ୟ ଭୋଟର ମତଦାନ କରିଛନ୍ତି ଓ ସେସବୁଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍ରେ ସୁରକ୍ଷିତ ଭାବେ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/election-bbb.jpg)