ବ୍ରହ୍ମଗିରି ଥାନାର ମହିଳା ଏସ୍‌ଆଇ କରୋନାରେ ଆକ୍ରାନ୍ତ

ପୁରୀ: ବ୍ରହ୍ମଗିରି ଥାନାର ମହିଳା ଏସ୍‌ଆଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚୋରି ଘଟଣାରେ ଗିରଫ ହୋଇଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ଜଣେ ମୁଖ୍ୟ ଅଭିଯୁକ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ତେବେ ଏହି ଅଭିଯୁକ୍ତ ସଂସ୍ପର୍ଶରେ ଆସିଥିବା ୧୩ଜଣ ପୁଲିସ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ସଙ୍ଗରୋଧ କେନ୍ଦ୍ରରେ ଥିବା ୧୩ଜଣ ପୁଲିସ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ବ୍ରହ୍ମଗିରି ଥାନାର ମହିଳା ଏସ୍‌ଆଇ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଏଭଳି ସମାନ ଘଟଣା କଣାସ ଥାନାରେ ବି ଘଟିଛି। ଏକ ବାଇକ ଚୋରି ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣବେଳେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ଅଭିଯୁକ୍ତର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ କଣାସ ଥାନାର କର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାବେଳେ କଣାସ ଥାନାର ଆଇଆଇସି ହୋମ କ୍ୱାରେଣ୍ଟିନ୍‌ରେ ଯାଇଥିବାବେଳେ ୧୦ ଜଣଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।

9 Puri Cops Sent To Quarantine As Arrestee Tests COVID-19 Positive

ସେହିପରି ଜୁନ ୫ ତାରିଖରେ ପୁରୀ ଗଡ଼ିଶାଗଦା ପୁଲିସ୍  ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । ଏହା ପରେ ଅଭିଯୁକ୍ତଙ୍କ ନମୁନା ସଂଗ୍ରହ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗଡ଼ିଶାଗଦା ଥାନାର ଆଇଆଇସିଙ୍କୁ ଛାଡି ୧୧ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି।

ସମ୍ବନ୍ଧିତ ଖବର