ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ହିଣ୍ଡାଲ୍‌କୋ, ଜେକେ ପେପର୍‌ ଓ ଏସ୍‌ଏଲ୍‌ଏମ୍ ଟେକ୍ନୋଲୋଜି

ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨

ଭୁବନେଶ୍ବର : ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥାସମ୍ବାଦପକ୍ଷରୁ ଆୟୋଜିତବ୍ରାଣ୍ଡ୍ ଅଫ୍ଓଡ଼ିଶା ପ୍ରାଇଡ୍ଅଫ୍ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨ ପଞ୍ଚମ ସଂସ୍କରଣର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏକ ବିଜ୍ଞ ବିଚାରକ ମଣ୍ଡଳୀଦ୍ବାରା ଚୟନିତ  ବିଭିନ୍ନ ବର୍ଗର ଆଗଧାଡ଼ିର ଉଦ୍ୟୋଗକୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏହି କ୍ରମରେ ସିଏସଆର୍ ବର୍ଗରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଜେକେ ପେପର୍‌ ଓ ଏସ୍‌ଏଲ୍‌ଏମ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡକୁ ପୁରସ୍କୃତ କରାଯାଇଛି।

ପ୍ଲାଟିନମ୍‌: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌

ହିଣ୍ଡାଲ୍‌କୋ ହେଉଛି ଧାତବ ଶିଳ୍ପର ଏକ ଅଗ୍ରଣୀ ନାମ। ଏହା ଆଲୁମିନିୟମ କ୍ଷେତ୍ରର ଏକ ଲୋକପ୍ରିୟ କଂପାନି ଭାବେ ଦେଶବିଦେଶରେ ସୁନାମ ଅର୍ଜନ କରିିଛି। କଂପାନିର ଏକ କାରଖାନା ଓଡ଼ିଶାର ହିରାକୁଦରେ ରହିଛି। ହିଣ୍ଡାଲ୍‌କୋର ୧୦ଟି ଦେଶରେ ୪୭ଟି ୟୁନିଟ୍‌ ରହିଛି ଏବଂ କଂପାନି ପାଇଁ ବିଭିନ୍ନ ଦେଶର ପ୍ରାୟ ୪୦,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାର ବିଭିନ୍ନ ପ୍ରକ୍ରିୟା ଯଥା ବକ୍ସାଇଟ୍‌ ଖଣି, ଆଲୁମିନା ରିଫାଇନାରି, ଆଲୁମିନିୟମ ସ୍ମେଲଟିଂରୁ ଆରମ୍ଭ କରି ଆନୁଷଂଗିକ ରୋଲିଂ ଓ ଏକ୍ସଟ୍ରୁସନ୍ ଆଦିରେ କଂପାନି କାର୍ଯ୍ୟ କରୁଛି। ଏହି ସମନ୍ବିିତ ବ୍ୟବସ୍ଥାରେ ରହିଛି ୭୦୦,୦୦୦ ଟିପିଏର ଆ‌ଲୁମିନା ରିଫାଇନାରି ଓ ୩୪୫,୦୦୦ ଟିପିଏର ଆଲୁମିନିୟମ୍ ସ୍ମେଲଟର ଏବଂ ଏହା ସହିତ ରହିଛି ବିଭିନ୍ନ ଉପ ଫେବ୍ରିକେଟେଡ୍‌ ଉତ୍ପାଦ ଯଥା କଣ୍ଡକ୍ଟର୍ସ ରିଡ୍ର ରଡ୍‌, ସିଟ୍ ଓ ଏକ୍ସଟ୍ରୁଜନ୍ ଆଦି ଉତ୍ପାଦନ କରିବାର ସୁବିଧା। ଭାରତରେ ହିଣ୍ଡାଲ୍‌କୋର ବିଭିନ୍ନ ୟୁନିଟ୍‌ଗୁଡ଼ିକ ଓଡ଼ିଶାର ହିରାକୁଦ, ଝାଡ଼ଖଣ୍ଡର ମୂରୀ, ପଶ୍ଚିମବଙ୍ଗର ବେଲୁର, କେରଳର ଆଲୁପୂରମ, ମହାରାଷ୍ଟ୍ରର ତାଲୋଜା, କର୍ଣ୍ଣାଟକର ବେଲାଗାଭି ଓ ଗୁଜରାଟର ଦହେଜ ଠାରେ ରହିଛି। ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର ଓ ଓଡ଼ିଶାରେ ଏହାର କ୍ୟାପ୍‌ଟିଭ୍ ବକ୍ସାଇଟ୍‌ ଖଣି ରହିଛି। ସେହି ଖଣିଗୁଡ଼ିକରୁ ଉତ୍ପାଦନ ହେଉଥିବା ବକ୍ସାଇଟ୍‌କୁ ବେଲାଗାଭି, ମୂରି ଓ ରେଣୁକୋଟ୍‌ରେ ଥିବା ଆଲୁମିନା ରିଫାଇନାରିକୁ ଯୋଗାଇ ଦିଆଯାଇଛି। କଂପାନିର ଦୁଇଟି ଗବେଷଣା ଓ ବିକାଶ କେନ୍ଦ୍ର ଯଥାକ୍ରମେ ବେଲଗାଭି ଓ ତାଲୋଜାରେ ରହିଛି।

ଗୋଲ୍ଡ: ଜେକେ ପେପର୍‌

ଜେକେ ପେପର ରାଜ୍ୟର ଏକ ପ୍ରମୁଖ କମ୍ପାନି। ୧୯୬୨ ମସିହାରେ ଓଡ଼ିଶାର ରାୟଗଡ଼ାରୁ ଉତ୍ପାଦନ ଆରମ୍ଭ ହୋଇଥିବା ଏହି କମ୍ପାନି ଦେଶର ଏକ ଅଗ୍ରଣୀ ସଂସ୍ଥା ଯାହା ଅଫିସ ପେପର, କୋଟେଡ ପେପର ଏବଂ ପ୍ୟାକେଜିଂ ବୋର୍ଡ ପ୍ରସ୍ତୁତ କରୁଛି। କମ୍ପାନିର ଦୁଇଟି ସମନ୍ବିତ ପଲ୍‌ପ ଏବଂ ପେପର ମିଲ୍‌ ରହିଛି। ଓଡ଼ିଶାର ରାୟଗଡ଼ା, ଗୁଜରାଟର ସୋନଗଡ଼ ଓ ତେଲେଙ୍ଗାନାର ସିରିପୁରରେ ଜେକେ ପେପରର ସମନ୍ବିତ ପଲ୍‌ପ ଓ ପେପର ମିଲ୍‌ ରହିଛି। ୨୦୧୮ ଅଗଷ୍ଟରେ ତେଲେଙ୍ଗାନାର ଜେକେ ପେପର ସିରିପୁର ପେପର ମିଲ୍ସ ଲିମିଟେଡକୁ ଅଧିଗ୍ରହଣ କରିଛି। ଏହାପରେ କମ୍ପାନିର ମୋଟ ଉତ୍ପାଦନ କ୍ଷମତା ୫୯୧୦୦୦ ଟିପିଏକୁ ବୃଦ୍ଧି ପାଇଛି। ଭାରତରେ ବ୍ରାଣ୍ଡେଡ୍‌ ପେପର ଉତ୍ପାଦନ କ୍ଷେତ୍ରରେ କେଜେ ଅଗ୍ରଦୂତ ଭାବେ ପରିଚିତ। ବର୍ତ୍ତମାନ କମ୍ପାନି ଏହାର ବ୍ରାଣ୍ଡେଡ୍‌ କପିୟର ପେପର ଏବଂ ପ୍ୟାକେଜିଂ ବୋର୍ଡକୁ ବିଶ୍ବର ୬୦ରୁ ଅଧିକ ଦେଶକୁ ରପ୍ତାନି କରୁଛି। ସେହି ଦେଶଗୁଡ଼ିକ ମଧ୍ୟରେ ଆମେରିକା, ମଧ୍ୟପ୍ରାଚ୍ୟ, ଦକ୍ଷିଣ ପୂର୍ବ ଏସିଆ, ସାର୍କ ଏବଂ ଆଫ୍ରିକୀୟ ଦେଶ ରହିଛନ୍ତି। ୨୨୯ ଜଣ ଟ୍ରେଡ୍‌ ପାର୍ଟନର, ୧୮ଟି ଡିପୋ ଏବଂ ପାଖାପାଖି ୪୦୦୦ ଡିଲରଙ୍କ ମାଧ୍ୟମରେ କମ୍ପାନି ଏହାର ବ୍ୟବସାୟ ଚଳାଇଛି। କେବଳ ଅଫିସ ପେପର, ପ୍ୟାକେଜିଂ ବୋର୍ଡ କିମ୍ବା ରାଇଟିଂ ପେପର ନୁହେଁ କମ୍ପାନି ଏମ୍‌ଆଇସିଆର୍‌ ଚେକ୍‌ ପେପର, ପର୍ଚ୍ଚମେଣ୍ଟ ପେପର, ସେଡର ଡିଜିଟାଲ, ‌ଏନ୍‌ଭଲପ ଆଦି ପ୍ରସ୍ତୁତ କରୁଛି। ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ସଚେତନ କମ୍ପାନି ଭାବେ ଜେକେ ପେପର କାର୍ଯ୍ୟ କରୁଛି। ଉଭୟ ରାୟଗଡ଼ା ଏବଂ ସୋନଗଡ଼ ପ୍ଲାଣ୍ଟର ୨୦୦ କିମି ଅଞ୍ଚଳ ମଧ୍ୟରେ ସବୁଜ ବନାନୀ ପାଇଁ ୧,୬୦,୦୦୦ ହେକ୍ଟର ଜମିରେ କମ୍ପାନି ବୃକ୍ଷରୋପଣ କରିଛି। ବିଶିଷ୍ଟ ଶିଳ୍ପପତି ହର୍ଷ ପତି ସିଂଘାଣିଆଙ୍କ ନେତୃତ୍ବ ଏବଂ ଦୂରଦୃଷ୍ଟିକୁ ପାଥେୟ କରି ଜେକେ ପେପର ପରିଚାଳିତ ହେଉଛି।

ସିଲ୍‌ଭର୍‌: ଏସ୍‌ଏଲ୍‌ଏମ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍

ଓଡ଼ିଶାର ରାଉରକେଲାରେ ରହିଛି ଏସ୍‌ଏଲ୍‌ଏମ୍ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍। ଏହା ହେଉଛି ଏକ ମେଟାଲ୍ ପାଉଡର୍‌ ଉତ୍ପାଦନ କରୁଥିବା ସଂସ୍ଥା। ରାଉରକେଲାରେ ୧ ଲକ୍ଷ ବର୍ଗଫୁଟ ଅଞ୍ଚଳ‌ରେ ଏହାର ଦୁଇଟି କାରଖାନା ରହିଛି। କଂପାନି ପାଇଁ ୧୫୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହାର ବାର୍ଷିକ ମେଟାଲ୍ ପାଉଡର୍‌ ଉତ୍ପାଦନ କରିବା କ୍ଷମତା ହେଉଛି ୧୫,୦୦୦ ଏମ୍‌ଟି। ଏହି ସଂସ୍ଥା ଆଡମାଇଜଡ୍‌ ଆଇରନ୍ ପାଉଡର, ସ୍ପଞ୍ଜ ଆଇରନ ପାଉଡର, ଆଲୟ ଆଇରନ ପାଉଡର ଓ ପ୍ରିମିକ୍ସେସ୍, ଆଇରନ୍ ଆଲୟ ଟାବଲେଟ୍‌, ଆଇରନ୍ ବ୍ରିକ୍ବେଟସ୍‌, ସ୍ଫେରିକାଲ୍‌ ବ୍ରୋଞ୍ଜ୍ ପାଉଡର୍ ଓ ଆଟମାଇଜଡ୍‌ କପର୍‌ ପାଉଡର୍‌ ଉତ୍ପାଦନ କରୁଛି। ୧୯୮୯ରେ ସ୍ଥାପନ କରାଯାଇଥିବା ଏହି ସଂସ୍ଥା ରାଉରକେଲାର ଉଦିତନଗରରେ ରହିଛି। ଉତ୍ପାଦଗୁଡ଼ିକର ଗୁଣାତ୍ମକ ମାନ ବଜାୟ ରଖିବା ଉପରେ ଏସ୍‌ଏଲଏମ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ସାରା ଟିମ୍ ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ସଂସ୍ଥା ଆରମ୍ଭ ହେବା ଦିନ ଠାରୁ ଏହା ଗ୍ରାହକମାନଙ୍କ ବିଶ୍ବାସ ଓ ଭରସା ଜିତିପାରିଛନ୍ତି। ୧୯୯୨ ମସିହା ‌ବେଳକୁ ଏହା ହାସଲ କରିଥିବା ଗ୍ରାହକମାନଙ୍କୁ ମଧ୍ୟ ନିଜ ପାଖରେ ରଖିପାରିଛି। କର୍ମଚାରୀମାନଙ୍କ ଉନ୍ନତି ପାଇଁ ମଧ୍ୟ ଏହି ସଂସ୍ଥା ଗୁରୁତ୍ବ ଦେଇ କାମ କରୁଛି। କଂପାନିକୁ ନୂତନ ଶିଖରରେ ପହଞ୍ଚାଇବା ଲାଗି ଏହା ନିରନ୍ତର ଉଦ୍ୟମ ଜାରି ରଖିଛି। ୧୯୯୨ରେ କଂପାନି ରିଡ୍ୟୁସଡ୍‌ କପର ପାଉଡର୍‌ ଜରିଆରେ ଏହାର ଯାତ୍ରା ଆରମ୍ଭ କରିଥିଲା। ନିୟମିତ ବ୍ୟବଧାନରେ କଂପାନି ନୂତନ ଉତ୍ପାଦ ଜରିଆରେ ଏହାର ଉତ୍ପାଦ ବର୍ଗମାଳାକୁ ସମ୍ପ୍ରସାରିତ କରିଛି। ୨୦୧୬ରେ କଂପାନି ପ୍ରିମିକ୍ସେସ ଓ ଆଲୟ ଆଇରନ୍ ପାଉଡର୍‌ ଆଣିଥିଲା।

ସମ୍ବନ୍ଧିତ ଖବର