ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ମାନେକୁଇନ ଫାର୍ମାସ୍ୟୁଟିକାଲ୍‌ସ, ଗାଲାକ୍ସି ମେଡିକେୟାର ଓ ଓଡ଼ିଶା ରବର୍‌ ପ୍ରଡକ୍ଟ

ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨

ଭୁବନେଶ୍ବର : ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥାସମ୍ବାଦପକ୍ଷରୁ ଆୟୋଜିତବ୍ରାଣ୍ଡ୍ ଅଫ୍ଓଡ଼ିଶା ପ୍ରାଇଡ୍ଅଫ୍ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨ ପଞ୍ଚମ ସଂସ୍କରଣର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏକ ବିଜ୍ଞ ବିଚାରକ ମଣ୍ଡଳୀଦ୍ବାରା ଚୟନିତ  ବିଭିନ୍ନ ବର୍ଗର ଆଗଧାଡ଼ିର ଉଦ୍ୟୋଗକୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏହି କ୍ରମରେ କ୍ଷୁଦ୍ରଶିଳ୍ପ ବିଭାଗରେ ମାନେକୁଇନ ଫାର୍ମାସ୍ୟୁଟିକାଲ୍‌ସ, ଗାଲାକ୍ସି ମେଡିକେୟାର ଓ ଓଡ଼ିଶା ରବର୍‌ ପ୍ରଡକ୍ଟ ପୁରସ୍କୃତ ହୋଇଛି।

ପ୍ଲାଟିନମ୍:  ମାନେକୁଇନ ଫାର୍ମାସ୍ୟୁଟିକାଲ୍‌ସ ପ୍ରାଇଭେଟ୍ ଲିମିଟେଡ୍‌

ପ୍ରତିଷ୍ଠାତା ବିଧୁ ଭୂଷଣ ମହାପାତ୍ର ଓ ଆର୍‌ଏନ୍‌ଡି ଲାବୋରେଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍‌ର ୯୦:୧୦ ପ୍ରତିଶତ ଇକ୍ବିଟି ସହଯୋଗିତାରେ ମାନେକୁଇନ୍ ଫାର୍ମାସ୍ୟୁଟିକାଲ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌କୁ କଂପାନି ନିୟମ ୧୯୫୬ ଅଧୀନରେ ୨୦୧୪ରେ ସ୍ଥାପନ କରାଯାଇଛି। କଂପାନିର ଏକ ମାନୁଫାକ୍‌ଚରିଂ କାରଖାନା ରହିଛି ଯେଉଁଥିରେ ଉନ୍ନତ ଯନ୍ତ୍ରପାତି ଥିବା ବେଳେ ଫାର୍ମା କ୍ଷେତ୍ରର ଦକ୍ଷ ମାନବ ସମ୍ବଳ ତାହାକୁ ପରିଚାଳନା କରୁଛନ୍ତି। ଏହି କାରଖାନାରେ କଂପାନି ଟାବଲେଟ୍‌, ଓରାଲ୍‌ ଲିକ୍ବିଡ୍‌, କ୍ୟାପ୍‌ସୁଲ୍‌ ଓ ପାଉଡର୍‌ ଡୋଜ୍‌ ଆଦିକୁ ଜିଏମ୍‌ପି ମାନକ ଅନୁସାରେ ତିଆରି କରୁଛି। ଉତ୍ପାଦିତ ସାମଗ୍ରୀଗୁଡ଼ିକର ପରୀକ୍ଷଣ ପାଇଁ କାରଖାନାରେ ଏକ ଆଧୁନିକ ଓ ସବୁ ପ୍ରକାର ଯନ୍ତ୍ରପାତି ଥିବା ଲାବୋରେଟୋରି ରହିଛି। ବର୍ତ୍ତମାନ ଏହି କଂପାନି ସରକାର, ପିଏସ୍‌ୟୁ ସଂସ୍ଥା ଓ ତୃତୀୟ ପକ୍ଷ ସଂସ୍ଥାଙ୍କ ପାଇଁ ଔଷଧ ଉତ୍ପାଦନ ଓ ଯୋଗାଣ କରୁଛି। ଫାର୍ମାସିରେ ଡିପ୍ଲୋମା ଡିଗ୍ରି ହାସଲ କରି ଦୀର୍ଘ ୧୮ ବର୍ଷର ଅଭିଜ୍ଞତା ରଖିଥିବା ଶ୍ରୀ ମହାପାତ୍ର କଂପାନିର ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ସଂସ୍ଥା ବର୍ଷକୁ ୨,୯୭୬ କିଲୋଲିଟର ଓରାଲ୍ ଲିକ୍ବିଡ୍‌, ୩୦,୯୫,୯୯,୯୮୮ଟି ଟାବ୍‌ଲେଟ୍, ୧,୪୦,୪୦,୦୦୦ କ୍ୟାପ୍‌ସୁଲ୍‌ ଓ ୧,୫୬,୦୦,୦୦୦ ଓଆର୍‌ଏସ୍‌ ସେସେ ଉତ୍ପାଦନ କରୁଛି। ମାନେକୁଇନ୍ ଫାର୍ମାସ୍ୟୁଟିକାଲ୍‌ସରେ ଆରଏନ୍‌ଡି ଲାବୋରେଟୋରିଜ୍ ତରଫରୁ ମନୋନୀତ ନିର୍ଦେଶକ ଭାବେ ଦେବେନ୍ଦ୍ର ନାଥ ଦାଶ କାର୍ଯ୍ୟ କରୁଛନ୍ତି। ଏକ ଲୋକପ୍ରିୟ ଫାର୍ମା କଂପାନିରେ ଉପସଭାପତି ଭଳି ବରିଷ୍ଠ ପଦରେ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତା ରହିଛି।

ଗୋଲ୍ଡ: ଗାଲାକ୍ସି ମେଡିକେୟାର

ଗାଲାକ୍ସି ମେଡିକେୟାର ଲିମିଟେଡ ରାଜ୍ୟର ଏକ ପ୍ରମୁଖ ମେଡିକାଲ ସାମଗ୍ରୀ ନିର୍ମାଣକାରୀ କମ୍ପାନି। ୧୯୯୨ ମସିହାରେ ଆରମ୍ଭ ହୋଇଥିବା ଏହି କମ୍ପାନି ଗ୍ରାହକଙ୍କୁ ଅତ୍ୟାଧୁନିକ ପ୍ରଯୁକ୍ତିର ଉତ୍ପାଦ ଓ ସେବା ଯୋଗାଇ ଆସୁଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ ବ୍ୟାଣ୍ଡେଜ୍ ଓ ଅନ୍ୟ ସର୍ଜିକାଲ ଡ୍ରେସିଂ ସାମଗ୍ରୀର ଉତ୍ପାଦନ କରୁଥିବା ଏହି ସଂସ୍ଥା ଆଇଏସଏସ ୯୦୦୧:୨୦୦୫ ଏବଂ ଆଇଏସଓ ୧୩୪୮୫:୨୦୧୬ ସାର୍ଟିଫିକେଟ ବି ହାସଲ କରିଛି। କମ୍ପାନି ବ୍ୟାପକ ବର୍ଗର ମେଡିକାଲ ଉପକରଣ ଏବଂ ସର୍ଜିକାଲ ସାମଗ୍ରୀ ଉତ୍ପାଦନ କରୁଛି। ଏଥିପାଇଁ କମ୍ପାନି ବଜାରରେ ଉପଲବ୍ଧ ହେଉଥିବା ଉନ୍ନତମାନର କଞ୍ଚାମାଲ ବ୍ୟବହାର କରିଥାଏ। ଏଥିସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କମ୍ପାନି ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଉତ୍ପାଦ ଯୋଗାଇ ଦେଇଥାଏ। ଦକ୍ଷ ଏବଂ ଉଚ୍ଚ ତାଲିମପ୍ରାପ୍ତ ମାନବ ସମ୍ବଳ, ଅତ୍ୟାଧୁନିକ ଉତ୍ପାଦନ ପ୍ରଯୁକ୍ତି ଏବଂ ଡିଜାଇନକୁ ବ୍ୟବହାର କରି ସାମଗ୍ରୀ ପ୍ରସ୍ତୁତ କରିଆସୁଛି। ଗ୍ରାହକଙ୍କ ନିକଟକୁ ଯେଭଳି ଉଚ୍ଚମାନର ଉତ୍ପାଦ ଯିବ ସେଥିପାଇଁ କମ୍ପାନି ଏହାର କ୍ବାଲିଟି କଣ୍ଟ୍ରୋଲ ୟୁନିଟ ମାଧ୍ୟମରେ ଡିଜାଇନ, କ୍ବାଲିଟି ଆଦିର ସମସ୍ତ ମାନଦଣ୍ଡଗୁଡ଼ିକୁ ପରଖି ଥାଏ। ଫଳରେ କମ୍ପାନିର ଉତ୍ପାଦ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ହୋଇପାରିଛି। ମେଣ୍ଟର ଦିଲୀପ କୁମାର ଦାସଙ୍କ ମୂଲ୍ୟବାନ ପରାମର୍ଶକୁ ଆଧାର କରି କମ୍ପାନି ଆଗକୁ ବଢ଼ିବାରେ ଲାଗିଛି। ଶ୍ରୀ ଦାସଙ୍କ ବ୍ୟାପକ ଅଭିଜ୍ଞତାକୁ ପୁଞ୍ଜି କରି ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ କମ୍ପାନି ଉତ୍ପାଦ ମାନ ପ୍ରସ୍ତୁତ କରି ଯୋଗାଇ ଆସୁଛି। କ୍ରିସିଲ୍ ପକ୍ଷରୁ ଗାଲାକ୍ସି ମେଡିକେୟାର ଲିମିଟେଡକୁ ଏ୨ ରେଟିଂ ପ୍ରଦାନ କରାଯାଇଛି। କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଏହା ଏକ ସମ୍ମାନଜନକ ରେଟିଂ। କମ୍ପାନି ବିଭିନ୍ନ ବହୁଦେଶୀୟ ସଂସ୍ଥାକୁ ଉତ୍ପାଦ ଯେଗାଇ ଦେବା ସହିତ ବିଦେଶକୁ ମଧ୍ୟ ଏହାର ସାମଗ୍ରୀ ରପ୍ତାନି କରୁଛି।

ସିଲ୍‌ଭର: ଓଡ଼ିଶା ରବର୍‌ ପ୍ରଡକ୍ଟ

ବାଲେଶ୍ବରର ଓଡ଼ିଶା ରବର୍‌ ପ୍ରଡକ୍ଟ ୧୯୯୨ ପରଠାରୁ ଏହାର ଯାତ୍ରା ଜାରି ରଖିଛି। ବ୍ରସ୍, ଅଏଲ୍‌ ସିଲ୍‌, ରିଙ୍ଗ୍‌ସ, ବକେଟ୍‌ସ, ନାଇଟ୍ରାଇଲ୍‌ ରବ୍‌, ଟାରା ହାଣ୍ଡ୍‌ ପମ୍ପ୍‌, ସେଲୋ ପମ୍ପ୍, ରବର୍‌ ହୁସ୍‌ ପାଇପ୍, ରବର୍‌ ଏକ୍ସପାନ୍‌ସନ୍ ଜଏଣ୍ଟ, ରବର୍‌ ରୋଲର୍‌ କନ୍‌ଭେୟର ବେଲ୍‌ଟ ଭଳି ଏକ୍ସଟ୍ରୁଡେଡ୍‌ ଓ ମୋଲ୍‌ଡେଡ୍‌ ସାମଗ୍ରୀକୁ କଂପାନି ବିକଶିତ କରୁଛି। ଉନ୍ନତ ମାନର ଉତ୍ପାଦ ବିକଶିତ କରୁଥିବାରୁ ଏହା ବହୁବାର ଜାତୀୟ ପୁରସ୍କାର ହାସଲ କରିଛି। ସଞ୍ଜୟ କୁମାର ଦାସଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ଏହି ସଂସ୍ଥା ଗୁଣାତ୍ମକ ମାନ ବଜାୟ ରଖିବା ଲାଗି ନିଜ ପାଖରେ ସମସ୍ତ ପ୍ରକାର ସଦ୍ୟତମ ମେସିନ୍ ଓ ପରୀକ୍ଷଣ ଲାବୋରେଟୋରି ରଖିଛି। ଏହା ବ୍ୟତୀତ କଂପାନି ପାଖରେ ଏକ ଅଭିଜ୍ଞ ବୈଷୟିକ କର୍ମଚାରୀଙ୍କ ଟିମ୍ ମଧ୍ୟ ରହିଛି। କଂପାନି ଏହାର ଉତ୍ପାଦଗୁଡ଼ିକୁ ଦେଶର ସମସ୍ତ ପ୍ରମୁଖ ଅରିଜିନାଲ୍ ଇକ୍ବିପ୍‌ମେଣ୍ଟ୍ ମାନୁଫାକ୍‌ଚରର୍‌ମାନଙ୍କୁ ଯୋଗାଇ ଦେଉଛି। କଂପାନିର ଆର୍‌ଆଣ୍ଡ୍‌ଡି ୟୁନିଟ୍ ବିଭିନ୍ନ ପ୍ରକାରର ଅଭିନବ ଉତ୍ପାଦ ବିକଶିତ କରିଛି। ଓଡ଼ିଶା ରବର୍‌ ପ୍ରଡକ୍ଟର ଉତ୍ପାଦଗୁଡ଼ିକ ବୟନ ଶିଳ୍ପ, ଜଳସେଚନ, ନୁମେଟିକ୍‌ସ, ସୋଲାର ୱାଟର ହିଟିଂ, ଇଲେକ୍ଟ୍ରିକାଲ୍ ଆପ୍ଲାଏନ୍‌ସେସ୍‌ ଓ ଅନ୍ୟାନ୍ୟ ଶିଳ୍ପଗୁଡ଼ିକରେ ବ୍ୟବହାର ହେଉଛି। କଂପାନି ଏହାର ଉତ୍ପାଦ ଜରିଆରେ ଆନ୍ତର୍ଜାତିକ ସ୍ତରରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ଗ୍ରାହକମାନଙ୍କୁ ସେବା ଯୋଗାଇ ଦେବା ଉପରେ ମଧ୍ୟ କଂପାନି ଗୁରୁତ୍ବ ଦେଉଛି। ଛୋଟ ହେଉ କିମ୍ବା ବଡ଼ ଗ୍ରାହକ କଂପାନି କାହା ପାଇଁ ପାତରଅନ୍ତର କରୁନାହିଁ। ସବୁ ଗ୍ରାହକଙ୍କୁ ସମାନ ଦୃଷ୍ଟିରେ ଦେଖୁଛି। କମ୍ପାନି ପାଇଁ ଅନେକଗୁଡ଼ିଏ ଖ୍ୟାତିସମ୍ପନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟ ପ୍ରତିଷ୍ଠାତା ଆଣି ପାରିଛନ୍ତି। କମ୍ପାନି ଅନେକଗୁଡ଼ିଏ ସଫଳତା ପାଇବା ସହ ଏକାଧିକ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇଛି। କଂପାନି ପକ୍ଷରୁ ରାଜ୍ୟର ଗ୍ରାମୀଣ ଓ ପାହାଡ଼ିଆ ଅଞ୍ଚଳରେ ଯେଉଁଠାରେ ପାଣି ବହୁ ତଳେ ରହିଛି ସେଭଳି ଅଞ୍ଚଳ ପାଇଁ କଂପାନି ଟାଟା ପମ୍ପ୍‌କୁ ପ୍ରସ୍ତୁତ କରିଛି ଏବଂ ତାହାକୁ ଯୋଗାଇ ଦେଉଛି। ରବର୍‌ ମୋଲ୍‌ଡେଡ୍‌ ଉତ୍ପାଦ ଭାବେ କଂପାନି ବ୍ରସ୍, ଅଏଲ୍‌ ସିଲ୍‌, ଓ ରିଙ୍ଗ, ସ୍କୋୟାର ରିଙ୍ଗ, ପ୍ରୋଫାଇଲ୍‌ ରିଙ୍ଗ ଓ ଲାଇନର୍ ଆଦି ପ୍ରସ୍ତୁତ କରୁଛି। ସେହିପରି ହାଣ୍ଡପମ୍ପ୍‌ରେ ବ୍ୟବହାର ହେଉଥିବା ବହୁ ଉପାଦାନକୁ ଏହି ସଂସ୍ଥା ଉତ୍ପାଦନ କରି ଯୋଗାଇ ଦେଉଛି। ପ୍ରିଣ୍ଟିଂ ଓ ପ୍ୟାକେଜିଂ ଶିଳ୍ପରେ ମୁଖ୍ୟତଃ ବ୍ୟବହାର ହେଉଥିବା ରବର୍‌ ରୋଲର୍‌କୁ ମଧ୍ୟ ଏହି ସଂସ୍ଥା ପ୍ରସ୍ତୁତ କରୁଛି।

ସମ୍ବନ୍ଧିତ ଖବର