ଭୁବନେଶ୍ବର : ରାଜ୍ୟରଏକନମ୍ବରଗଣମାଧ୍ୟମସଂସ୍ଥା ‘ସମ୍ବାଦ’ ପକ୍ଷରୁଆୟୋଜିତ ‘ବ୍ରାଣ୍ଡ୍ସଅଫ୍ ଓଡ଼ିଶାପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦକର୍ପୋରେଟ୍ ଏକ୍ସଲେନ୍ସଆୱାର୍ଡସ୍-୨୦୨୨’ରପଞ୍ଚମସଂସ୍କରଣରପୁରସ୍କାରପ୍ରଦାନସମାରୋହଅନୁଷ୍ଠିତହୋଇଯାଇଛି।ଏକବିଜ୍ଞବିଚାରକମଣ୍ଡଳୀଦ୍ବାରାଚୟନିତବିଭିନ୍ନବର୍ଗରଆଗଧାଡ଼ିରଉଦ୍ୟୋଗକୁଏହିକାର୍ଯ୍ୟକ୍ରମରେପୁରସ୍କୃତକରାଯାଇଛି। ଏହି କ୍ରମରେ ରୁଚି ଫୁଡ୍ଲାଇନ୍ର ନିର୍ଦେଶିକା ରଶ୍ମୀ ସାହୁ ଓ ଗର୍ଗସନ୍ ଅଟୋମୋବାଇଲର ନିର୍ଦ୍ଦେଶକ ସିଦ୍ଧାର୍ଥ ଗର୍ଗଙ୍କୁ ସମ୍ମାନିତ କରାଯାଇଛି।
ରଶ୍ମୀ ସାହୁ
ରଶ୍ମୀ ସାହୁ ହେଉଛନ୍ତି ଓମ୍ ଅଏଲ୍ ଆଣ୍ଡ୍ ଫ୍ଲୋର୍ ମିଲ୍ସ ଲିମିଟେଡ୍, ରୁଚି ଫୁଡ୍ଲାଇନ୍ର ନିର୍ଦେଶିକା। ଏକ ଶିଳ୍ପପତି ପରିବାରରେ ଜନ୍ମ ଗ୍ରହଣ କରିଥିବା ରଶ୍ମୀ ହେଉଛନ୍ତି ଭାରତୀୟ ଓ ଆନ୍ତର୍ଜାତିକ ଭୋଜନର ଜଣେ ବିଶେଷଜ୍ଞ। ସେ ନିଜର ପ୍ରତିଭାକୁ ରେଡି-ଟୁ-ଇଟ୍ ଉତ୍ପାଦ ବର୍ଗମାଳା ବିକଶିତ କରିବାକୁ ବ୍ୟବହାର କରୁଛନ୍ତି। ଫ୍ରୋଜେନ୍ ରେଡି-ଟୁ-ଇଟ୍ ଉତ୍ପାଦ ବିକଶିତ କରିବା ପ୍ରତି ସେ ନ୍ୟୁଟ୍ରିସନାଲ୍ ସାଇନ୍ସରେ ତାଙ୍କର ଥିବା ଜ୍ଞାନକୁ ବ୍ୟବହାର କରିଛନ୍ତି। କଂପାନିର ବୈଷୟିକ ଓ ଗବେଷଣା ଶାଖାର ମଧ୍ୟ ସେ ଦେଖାଶୁଣା କରୁଛନ୍ତି। ମହୀଶୂରର ଚେଲୁଭାବେମ୍ବ ମାନ୍ସନ୍ ସ୍ଥିତ ସେଣ୍ଟ୍ରାଲ୍ ଫୁଡ୍ ଟେକ୍ନୋଲୋଜିକାଲ୍ ରିସର୍ଚ ଇନଷ୍ଟିଚ୍ୟୁଟ୍ରୁ ରିସୋର୍ସ ମ୍ୟାନେଜମେଣ୍ଟ ଇନ୍ ଫୁଡ୍ ଇଣ୍ଡଷ୍ଟ୍ରିଜ୍ ବିଷୟରେ ଓ ସ୍ବିଜରଲ୍ୟାଣ୍ଡ୍ର ବୁହଲର୍ ଗ୍ରୁପ୍ର ପାସ୍ତା ଉତ୍ପାଦ ପ୍ରଯୁକ୍ତି ବିଷୟରେ ସେ ଶିକ୍ଷା ଗ୍ରହଣ କରିଛନ୍ତି।
ସିଦ୍ଧାର୍ଥ ଗର୍ଗ
ସିଦ୍ଧାର୍ଥ ଗର୍ଗ ହେଉଛନ୍ତି ରାଜ୍ୟର ଅଟୋମୋବାଇଲ୍ ଓ ରିଅଲ ଇଷ୍ଟେଟ୍ ଶିଳ୍ପର ଏକ ପରିଚିତ ନାମ। ସେ ଗର୍ଗସନ୍ ଅଟୋମୋବାଇଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଗର୍ଗସନ୍ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଅଟୋମୋବାଇଲ୍ ଡିଲର୍ସିପ୍, ଉଦ୍ୟମିତା ଓ ନବସୃଜନ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଛି। ଓଡ଼ିଶାରେ ରେନୋ କାର୍ର ଡିଲର୍ସିପ୍ ଜରିଆରେ ସେ ଲୋକମାନଙ୍କ ପାଖରେ ସେମାନଙ୍କ ପସନ୍ଦର କାର ପହଞ୍ଚାଉଛନ୍ତି। ପୁନେର ସିମ୍ବାୟୋସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ୍ରୁ ଏମ୍ବିଏ-ମାର୍କେଟିଂ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ସିଦ୍ଧାର୍ଥ ନୂଆ ପ୍ରକ୍ରିୟାର ନବସୃଜନ କରିବା ଏବଂ ସମସ୍ୟାର ସମାଧାନ ଲାଗି ନୂଆ ପଦ୍ଧତି ପ୍ରସ୍ତୁତ କରିବାକୁ ଭଲ ପାଆନ୍ତି। ସେ ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ କମ୍ପ୍ୟୁଟର ସାଇନ୍ସରେ ବି ଟେକ୍ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି।