ଭୁବନେଶ୍ୱର : ଆଜି ଏଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବର୍ଷ ୨୦୧୯ର ବ୍ରାଣ୍ଡସ ଅଫ ଓଡ଼ିଶା, ପ୍ରାଇଡ୍‌ ଅଫ ଇଣ୍ଡିଆ : ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ ବିଭିନ୍ନ ବର୍ଗରେ ବିଜୟୀ ଶିଳ୍ପ ସଂସ୍ଥାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ସିଏସଆର ବର୍ଗରେ ଏମସିଏଲ ପ୍ଲାଟିନମ ପୁରସ୍କାର ଲାଭ କରିଥିବା ବେଳେ ନାଲକୋ ଗୋଲ୍ଡ ଓ ଇମ୍ଫା ସିଲଭର ପୁରସ୍କାର ହାସଲ କରିଛି ।

Advertisment

ସେହିପରି ବୃହତ ଶିଳ୍ପ ବର୍ଗରେ କିସ୍‌ ପ୍ଲାଟିନମ ପୁରସ୍କାର ପାଇଥିବାବେଳେ ରୁଚି ମସଲା ବ୍ରାଣ୍ଡର ହୋଲଡିଂ କମ୍ପାନି ଓମ ଅଏଲ ଏଣ୍ଡ ଫ୍ଲୋର ମିଲ୍ସ ଗୋଲ୍ଡ (ରୁଚି) ଓ ବାଲେଶ୍ୱର ଆଲଏଜ ସିଲଭର ପୁରସ୍କାର ପାଇଛନ୍ତି ।

ମଧ୍ୟମ ଶିଳ୍ପ ବର୍ଗରେ ଜ୍ୟୋତି ମୋଟର୍ସ ପ୍ଲାଟିନମ ପୁରସ୍କାର , ରାମସ ଆସର୍ଟେଡ କୋଲ୍ଡ ଷ୍ଟୋରେଜ ଲିଃ ଗୋଲ୍ଡ  ଓ ୟୁଏଏଲ ଇଣ୍ଡଷ୍ଟ୍ରିଜ ସିଲଭର ପୁରସ୍କାର ପାଇଛନ୍ତି । ସେହିପରି କ୍ଷୁଦ୍ର ଶିଳ୍ପ ବର୍ଗରେ ଓଭୋ ଫାର୍ମ ପ୍ଲାଟିନମ, ଡାଲମିଆ କମ୍ଫର୍ଟସ ଏଣ୍ଡ ଏଣ୍ଟରଟେନମେଣ୍ଟ କମ୍ପାନି ଗୋଲ୍ଡ ଏବଂ ଜ୍ୟୋତି ବ୍ୟାଟେରିଜ ଓ ଆଲଫା ଟ୍ରାନ୍ସଫର୍ମର୍ସ ସିଲଭର ପୁରସ୍କାର ପାଇଛନ୍ତି । କୋଶଳ ଇଂଜିନିୟର୍ସ ଜୁରୀ ସ୍ପେଶିଆଲ ପୁରସ୍କାର ପାଇଛି । ଅନ୍ୟପକ୍ଷରେ ଉଦୀୟମାନ ଶିଳ୍ପ ବର୍ଗରେ ହେଲଥ ଏଣ୍ଡ କେୟାର ଏଣ୍ଟରପ୍ରାଇଜେସ ପ୍ଲାଟିନମ ଓ ସିମ ଏଣ୍ଡ ଟ୍ରିମ ଫେସନ ଗୋଲ୍ଡ ପୁରସ୍କାର ଜିତିଛନ୍ତି ।

publive-image

publive-image

publive-image

publive-image

publive-image

publive-image

publive-image

publive-image

ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆଓ୍ଵାର୍ଡ ଅଭିଯାନ ଗତବର୍ଷ ପ୍ରଥମଥର ପାଇଁ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଏହାର ୨ୟ ସଂସ୍କରଣ ଆୟୋଜିତ ହୋଇଛି । ଗତ ଡିସେମ୍ବର ମାସରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟକୁ ସଂପ୍ରସାରିତ କରିଥିବା ସଫଳ ଉଦ୍ୟୋଗୀମାନଙ୍କଠାରୁ ପୁରସ୍କାର ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସିଏସଆର, ବୃହତ, ମଧ୍ୟମ, କ୍ଷୁଦ୍ର ଏବଂ ଏମର୍ଜିଂ ଆଦି ୫ଟି ବର୍ଗରେ ଶ୍ରେଷ୍ଠ ବିବେଚିତ ୩ଟି ଲେଖାଏଁ ଉଦ୍ୟୋଗକୁ ପ୍ଲାଟିନମ୍, ଗୋଲ୍ଡ ଏବଂ ସିଲ୍ଭର ପୁରସ୍କାର କରାଯାଇଛି ।