ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆୱାର୍ଡସ୍‌-୨୦୨୦

ଇମର୍ଜିଂ

ଫୋନିକ୍ସ ରୋବୋଟିକ୍ସ (ପ୍ଲାଟିନମ୍‌)
ଡାଟା ସାଇନ୍ସ ବା ତଥ୍ୟ ବିଜ୍ଞାନକୁ ବ୍ୟବହାର କରି ବାସ୍ତବ ଦୁନିଆ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ଲାଗି ଫୋନିକ୍ସ ରୋବୋଟିକ୍ସ ସମାଧାନ ପ୍ରଦାନ କରୁଛି। ଏହା ଡାଟା ସାଇନ୍ସ, ଇଣ୍ଟରନେଟ୍ ଅଫ୍‌ ଥିଙ୍ଗସ୍‌, ସେନ୍‌ସର୍‌ ନୋଡସ୍‌ ଆଦିର ପ୍ରୟୋଗ କରି ଏହି ସମାଧାନଗୁଡ଼ିକୁ ପ୍ରସ୍ତୁତ କରୁଛି। ଅମିୟ ସାମନ୍ତରାୟଙ୍କ ଦ୍ବାରା ପରିଚାଳିତ ଏହି କଂପାନି ଭୁବନେଶ୍ବରର ପଟିଆରେ ଥିବା ଡିଏଲ୍‌ଏଫ୍ ସାଇବର୍‌ ସିଟିରେ ରହିଛି। ବିଜନେସ୍ ମାର୍କେଟିଂ ଏବଂ ସପୋର୍ଟ ପାଇଁ ଏହା ଉପକରଣ ପ୍ରଦାନ କରୁଥିବା ବେଳେ ସମ୍ଭାବ୍ୟ ବିପଦର କିଭଳି ମୁକାବିଲା କରାଯାଇପାରିବ ତାହା ମଧ୍ୟ ଏହି କଂପାନି ଜଣାଉଛି। ତଥ୍ୟ ଆଧାରରେ କିଭଳି ଉନ୍ନତ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ ସେ ଦିଗରେ ଫୋନିକ୍ସ ରୋବୋଟିକ୍ସ କାର୍ଯ୍ୟ କରୁଛି। ଏହା ବ୍ଲୁ ଟୁଥ୍, ୱାଇ-ଫାଇ, ଜିପିଆରଏସ୍‌, ୨ଜି, ୩ଜି, ୪ଜି, ଲୋରା ଓ ଇଥର୍‌ନେଟ୍‌ ଆଦି ଯୋଗାଯୋଗ ପଥକୁ ବ୍ୟବହାର କରୁଛି। ୨୦୧୫ରେ ସ୍ଥାପିତ ହୋଇଥିବା ଏହି କଂପାନି ନିଜର ଉତ୍କୃଷ୍ଟ ବ୍ୟବସାୟ ମଡେଲ୍‌ ପାଇଁ ଅନେକ ପୁରସ୍କାର ହାସଲ କରିଛି।

ରେଡ୍‌କ୍ୟୁବ୍ (ସିଲଭର୍‌)
ସୌର ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା ହେଉଛି ରେଡ୍‌କ୍ୟୁବ୍। କିଛି ଇଞ୍ଜିନିୟର ମିଳିତ ହୋଇ ଏହି କଂପାନି ସ୍ଥାପନ କରିଛନ୍ତି। କଂପାନିର ପଞ୍ଜୀକୃତ କାର୍ଯ୍ୟାଳୟ ଭୁବନେଶ୍ବରର ନାଗେଶ୍ବର ଟାଙ୍ଗିରେ ରହିଛି। ପାଞ୍ଚ ବର୍ଷ ଭିତରେ ଏହି ସଂସ୍ଥା ‌ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିଛି। ଇଲେକ୍ଟ୍ରିକାଲ୍ ଏନର୍ଜି ସିଷ୍ଟମ୍‌ରେ ୨୮ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ମନୋରଞ୍ଜନ ପାଣି ଏହାର ପରିଚାଳନା ନିର୍ଦେଶକ ଦାୟିତ୍ବ ନିର୍ବାହ କରୁଛନ୍ତି। ତାଙ୍କ ନେତୃତ୍ବରେ ରେଡ୍‌କ୍ୟୁବ୍ ସଂସ୍ଥା ସୌର ପ୍ରକଳ୍ପ ଲାଗି ସାଇଟ୍‌ର ଅଡିଟ୍ କରିବା ଠାରୁ ଆରମ୍ଭ କରି ସିଷ୍ଟମ୍ ଡିଜାଇନ୍, ପ୍ରକଳ୍ପ ସ୍ଥାପନ କରିବା, ଚୂଡ଼ାନ୍ତ ନିରୀକ୍ଷଣ, କାର୍ଯ୍ୟକ୍ଷମ, ୟୁଟିଲିଟି ସଂଯୋଗ ଓ ରକ୍ଷଣାବେକ୍ଷଣ ଆଦି ସୁବିଧା ଯୋଗାଇ ଦେଉଛି। ଏହି ସଂସ୍ଥା ଉତ୍କଳ ବିଶ୍ବବିଦ୍ୟାଳୟରେ ୨୩୩ କେଡବ୍ଳୁ, ଓଡ଼ିଶା ଟିଭିରେ ୧୬୧ କେଡବ୍ଲୁର ପ୍ରକଳ୍ପ ସ୍ଥାପନ କରିଛି। ଏହା ବ୍ୟତୀତ ଷ୍ଟ୍ରିଟ୍‌ ଲାଇଟ୍ ପ୍ରକଳ୍ପ ମଧ୍ୟ ଏହା ହାତକୁ ନେଇଛି। ଏସ୍‌ଜେଇପିଏଲ୍‌ ପାଇଁ କଂପାନି ଟ୍ରାଫିକ୍ ଲାଇଟ୍‌ ମଧ୍ୟ ସ୍ଥାପନ କରୁଛି। ଜଙ୍ଗଲ ବିଭାଗ ଓ ହୋଟେଲ୍ ଜଗନ୍ନାଥ ପାଇଁ ଏହା ସୋଲାର୍‌ ୱାଟର୍‌ ହିଟର ସୁବିଧା ଯୋଗାଇ ଦେଇଛି।

ହାଇଟେକ୍‌ ଇଣ୍ଡଷ୍ଟ୍ରିଜ୍‌ (ଗୋଲ୍ଡ)
ହାଇଟେକ୍‌ ଇଣ୍ଡଷ୍ଟ୍ରିଜ୍‌ର ପ୍ରମୁଖ ବ୍ରାଣ୍ଡ୍‌ ହେଉଛି କ୍ବାଲିଟି ଅପ୍। ଏହି କଂପାନିର ପଞ୍ଜୀକୃତ କାର୍ଯ୍ୟାଳୟ ମୁମ୍ବାଇରେ ଥିବା ବେଳେ ଆଂଚଳିକ ବିପଣନ କାର୍ଯ୍ୟାଳୟ ଭୁବନେଶ୍ବରରେ ରହିଛି। କ୍ବାଲିଟି ଅପ୍‌ ନାମରେ କଂପାନି ଖାଦ୍ୟ ଏବଂ ପାନୀୟ କାରବାର କରୁଛି। ଦୁଇ ନିର୍ଦେଶକ ପ୍ରଦୀପ ପଣ୍ଡା ଓ ସଞ୍ଜୀବ ସ୍ବାଇଁଙ୍କ ଦ୍ବାରା କଂପାନି ପରିଚାଳିତ ହେଉଛି। ଚା’, ପାମ୍ପଡ଼ ଓ ସୋୟାକୁ ନେଇ ଏହା କାରବାର କରୁଛି। ଆଗାମୀ ଦିନରେ କଂପାନି ପାସ୍ତା, ଚୌମିନ ଓ ଖାଇବା ତେଲ କାରବ‌ାର କରିବାକୁ ଯୋଜନା ରଖିଛି। ୧୦୦% ଗୁଣାତ୍ମକ ଉତ୍ପାଦକୁ ଉପଯୁକ୍ତ ମୂଲ୍ୟରେ ଏହା ଗ୍ରାହକମାନଙ୍କ ପାଖରେ ପହଞ୍ଚାଉଛି। କଂପାନିର ଚା’ ହେଉଛି କ୍ବାଲିଟି ଟି: ସିଟିସି ପ୍ରିମିୟମ୍ ଡଷ୍ଟ୍‌ (ଡାର୍ଜଲିଂ ଚା’) ଯାହା ବହୁତ ଭଲ ସୁଗନ୍ଧ ପ୍ରଦାନ କରୁଛି। ୧୦୦ ଓ ୨୦୦ ଗଆମର ଚା’ ଓ ୧୦ ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି କ୍ବାଲିଟି ପାମ୍ପଡ ୧୦୦, ୨୦୦ ଓ ୫୦୦ ଗ୍ରାମ ଭଳି ପ୍ୟାକେଟରେ ଉପଲବ୍ଧ ହେଉଛି। କ୍ବାଲିଟି ସୋୟା ଚଙ୍କସ୍‌ ଏକ କେଜି ପଲି ପ୍ୟାକ୍‌, ୨୦୦ ଗ୍ରାମ ବକ୍ସ ପ୍ୟାକିଂରେ ବିକ୍ରି ହେଉଥିବା ବେଳେ ତାହା ଖୁବ୍‌ଶୀଘ୍ର ୧୦ ଟଙ୍କିଆ ପାଉଚ୍‌ରେ ମିଳିବ। ଏହାକୁ ଆଇଏସଓ ୯୦୦୧:୨୦୦୫ ସାର୍ଟିଫିକେଟ ମିଳିଛି।

ସମ୍ବନ୍ଧିତ ଖବର