କାର ଟାୟାର ଫାଟିଲା, ୩ ଗୁରୁତର

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଓଭର ବ୍ରିଜ ଉପରେ ଆଜି ଅପରାହ୍ଣରେ ଏକ କାରର ଟାୟାର ଫାଟି ଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ ଢେଙ୍କାନାଳ ଜିଲ୍ଲା ପିଙ୍ଗୁଆ ଅଞ୍ଚଳର ଗୁଣ୍ଡିଚା ପରିଡ଼ା(୩୦), ଦେବରାଜ ସାହୁ (୨୫) ଓ କେନ୍ଦୁଝର କାନପୁରର ପ୍ରମିଳା ହାତୀ (୫୫)। ମିଳିଥିବା ସୂଚନା ଅନୁଯାୟୀ, ସେମାନେ ଏକ କାରରେ ୫ ଜଣ ବ୍ୟକ୍ତି ଚଉଠି ଭାର ନେଇ ‌କେନ୍ଦୁଝର ଯାଉଥିଲେ।

ଢେଙ୍କ‌ିକୋଟ୍ ଓଭରବ୍ରିଜ୍ ନିକଟରେ ହଠାତ୍ କାରଟିର ଚକା ଫାଟିଯିବାରୁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। କାରଟି ରୋଡ୍ ଡିଭାଇଟରେ ପିଟି ହୋଇଯାଇଥିଲା। ଫଳରେ ଏଥିରେ ଥିବା ୩ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ଢ଼େଙ୍କିକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର