କେନ୍ଦ୍ରାପଡ଼ା : କୁମ୍ଭୀର ମୁହଁରୁ ବଡ଼ ଭଉଣୀକୁ ବଞ୍ଚାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ଅଧୀନ ବାଙ୍କୁଆଳ ଗ୍ରାମର ମମତା ଦଳାଇଙ୍କୁ ନେଇ ସବୁଠି ଚର୍ଚ୍ଚା। ସେ ଅଗଷ୍ଟ ୧୫ ତାରିଖରେ ରାଷ୍ଟ୍ରପତିଙ୍କଠାରୁ ନୂଆଦିଲ୍ଲୀରେ ସାହସିକତା ପୁରସ୍କାର ପାଇବେ। ତେବେ ତା’ ପୂର୍ବରୁ ଏବେ ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଛି। ମମତା ନୁହେଁ ବରଂ ସେହି ଗ୍ରାମର ପ୍ରତିଭା ବେହେରା ମମତାର ବଡ଼ ଭଉଣୀ ଅଶାନ୍ତିକୁ କୁମ୍ଭୀର କବଳରୁ ବଞ୍ଚାଇଥିଲା ବୋଲି ଜିଲ୍ଲାପାଳଙ୍କ ପାଖରେ ଦାବି କରାଯାଇଛି। ପ୍ରତିଭାର ମା’, ବାପା ଆଜି ଜିଲ୍ଲାପାଳ ରଘୁ ଜୀଙ୍କୁ ଭେଟି ଏଭଳି ଦାବି ରଖିଛନ୍ତି। କିନ୍ତୁ ଦେଢ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରତିଭାଙ୍କ ପରିବାର ଲୋକେ କାହିଁକି ଚୁପ୍ ରହିଥିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସାହସିକତା ପୁରସ୍କାରକୁ ନେଇ ବିବାଦ
/sambad/media/post_attachments/wp-content/uploads/2018/08/mamata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)