ବାରିପଦା : ବିଶ୍ବପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ବାସ କରନ୍ତି ଶତାଧିକ ହାତୀ। ଦୁଇଦିନ ତଳେ ଜଙ୍ଗଲରେ ବୁଲୁଥିବା ଏକ ହାତୀପଲର ସାମ୍ନା କରିଥିଲେ ରାତ୍ରୀକାଳୀନ ପାଟ୍ରୋଲିଂରେ ଯାଇଥିବା ବନକର୍ମଚାରୀ। ଏହି ସମୟରେ ହାତୀଙ୍କୁ ନେଇ ଏକ ନିଆରା ଦୃଶ୍ୟ ସେମାନଙ୍କ କ୍ୟାମେରାରେ କଏଦ ହୋଇଥିଲା। ବନକର୍ମଚାରୀ ଧରିଥିବା ଟର୍ଚ୍ଚ ଲାଇଟ ଦେଖି ହାତୀମାନେ ଭୟଭୀତ ହୋଇଯାଇଥିଲେ। ଏତିକି ବେଳେ ଦୁଇଟି ହାତୀଛୁଆ ସେମାନଙ୍କ ପଲକୁ ସୁରକ୍ଷା ଦେବା ମୁଦ୍ରାରେ ସାମ୍ନାକୁ ଆସି ଛିଡ଼ା ହୋଇଥିଲେ। ବନକର୍ମଚାରୀ ଉଠାଇଥିବା ସେହି ସମୟର ଫଟୋଟିକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଉପନିର୍ଦେଶକ ଡ. ସମ୍ରାଟ ଗୌଡ଼ ଟ୍ୱିଟରରେ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp