ବାଲେଶ୍ବର: ବାଲେଶ୍ବର ଏଡିଜେ ସ୍ପେଶାଲ ଜଜ୍‌ ଓପିଆଇଡି ବିଶ୍ବଜିତ ଦାସ ବ୍ରାଉନ୍‌ସୁଗାର ବେପାରି ଜ୍ୟୋତ୍ସ୍ନା ଦାସକୁ ୩ ବର୍ଷ ଜେଲ୍‌ ସହ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ହେଲେ ଆଉ ୨ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ଅଭିଯୋଗ ମୁତାବକ, ୨୦୨୩ ଏପ୍ରିଲ ୨୬ ତାରିଖ ସକାଳେ ଗୋପାଳପୁର ଅବକାରୀ ଏସ୍‌ଆଇ ସତ୍ୟସୁନ୍ଦର ମଲ୍ଲିକ ପେଟ୍ରୋଲିଂ କରୁଥିବା ସମୟରେ ତାଳପଦା ରାସ୍ତାରେ ଚାଲି ଚାଲି ଯାଉଥିବା ଜ୍ୟୋତ୍ସ୍ନାକୁ ସନ୍ଦେହ କରି ତାଙ୍କ ପାଖରୁ ୧୫୦ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଏନେଇ ୩୬/୧୧୭/୨୩ ନମ୍ବରରେ ମାମଲା ରୁଜୁ କରି ଏହି ମାମଲା ଅଦାଲତରେ ବିଚାରଧୀନ ଥିଲା। ବିଚାରପତି ଶ୍ରୀ ଦାସ ୩ଟି ସାକ୍ଷୀ, ୧୫ଟି ଦସ୍ତାବିଜ୍‌କୁ ଆଧାର କରି ଏହି ମାମଲାର ଶୁଣାଣି ପରେ ରାୟ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସ୍ପେଶାଲ ପ୍ରସିକ୍ୟୁଟର ସୁଲଳିତ କର ମାମଲା ପରିଚାଳନା କରୁଥିଲେ।