ସବମାଇନର କେନାଲରେ ଘାଇ: ଚାଷ ଜମିରେ ପଶିଲା ପାଣି, ଚିନ୍ତାରେ ଗ୍ରାମବାସୀ

କୋରାପୁଟ: ଜୟପୁରରେ ଗତକାଲି ରାତିରେ ହଠାତ୍ ସବମାଇନର କେନାଲରେ କୋଲାବ ଡ୍ୟାମର ପାଣି ମାଡ଼ି ଆସିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପାରାବେଡ଼ା-ଏକଟାଗୁଡ଼ା ନିକଟରେ ଥିବା ଧନପୁର ସବମାଇନର କେନାଲରେ ଘାଇ ସୃଷ୍ଟି ହୋଇଛି।

ଏହାଫଳରେ ଏକଟାଗୁଡ଼ାର ଅଞ୍ଚଳରେ ବ୍ୟାପକ ଚାଷ ଜମିରେ ପାଣି ପଶିଯାଇଛି । ଏପରିକି ଗାଁ ଭିତରକୁ ମଧ୍ୟ ପାଣି ପଶିଯିବା ପରେ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି । କୋଲାବ ଡ୍ୟାମରୁ ଚାଷ ପାଇଁ ପାଣି ଛଡ଼ା ଯାଇଥାଏ । ତେବେ ଗତକାଲି ରାତିରେ ହଠାତ୍ କେନାଲରେ ପାଣି ମାଡ଼ିଆସିବା ପରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା । ଘଟଣା ସ୍ଥଳରେ ଜୟପୁର ବିଧାୟକ, ପୁଲିସ ଓ ବିଭାଗୀୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର