ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଳକାଟି -ପୁରୀ ମୁଖ୍ୟ କେନାଲରେ ଆଜି ଭୋରୁ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଘାଇଟି ସାଇଫନ ନିକଟରେ ହୋଇଛି। ଏହାଫଳରେ ବାଳକାଟି ଗ୍ରାମ୍ୟ ଜଙ୍ଗଲ ଏବଂ କଲେଜ ପଡ଼ିଆରେ ପାଣି ପ୍ରବେଶ କରିଛି। ଅଚ୍ୟୁତପୁର ଏବଂ ପିପିଲି ଜଳ ସଂପଦ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପାଣି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିଥିଲେ। ବାଲିଅଖା ଖଞ୍ଜି ପାଣି ବନ୍ଦ କରାଯାଇଛି।

Advertisment

ଏଣେ ପିପିଲି ପୋପରଙ୍ଗା ପଞ୍ଚାୟତ ପାଚଲପୁର ଗାଁର ୩୦ ପରିବାର ଜଳବନ୍ଦୀ ଥିବାର ଖବର ମିଳିଛି। ଗଙ୍ଗୁଆ ନାଳ ପାଣି ଗାଁରେ ପଶିବାରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଗତବର୍ଷ ବନ୍ୟା ଯୋଗୁ ମଧ୍ୟ ଗଙ୍ଗୁଆ ନାଳରେ ଘାଇ ସୃଷ୍ଟି ହୋଇଥିଲା। ଲୋକେ ୨୫ ଦିନ ଜଳବନ୍ଦୀ ରହିଥିଲେ। ତେବେ ସେହି ଘାଇ ମରାମତି ହୋଇନଥିବାରୁ ପୁଣି ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।