ଅନଗୁଳ: ପାଇକସାହି କୃଷି ସମବାୟ ସମିତିରୁ ଚୋରି

ପାଇକସାହି: ମଙ୍ଗଳବାର ରାତିରେ ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ ଠାକୁରଗଡ଼ ଥାନା ଅଧୀନ ପାଇକସାହି ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତର ତାଲା ଭାଙ୍ଗି ଦୁର୍ବୁତ୍ତମାନେ କାଗଜପତ୍ର ଓ ଟଙ୍କା ଚୋରି କରିଛନ୍ତି।

ସମିତିର ରାତ୍ରି ଜଗୁଆଳ ଶୋଇଥିବା କୋଠରିର କବାଟକୁ ବାହାର ପଟୁ ବନ୍ଦ କରି ଦେବାରେ ପରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗିଥିଲେ। ଶବ୍ଦଶୁଣି ଜଗୁଆଳ ଉଠିପଡ଼ିଲେ ମଧ୍ୟ କବାଟ ବନ୍ଦ ଯୋଗୁଁ ବାହାରି ପାରି ନ ଥିଲେ କି, ସହାୟତା ପାଇଁ ବିଭିନ୍ନ ସ୍ଥାନକୁ ଫୋନ୍‌ କରିଥିଲେ ମଧ୍ୟ କେହି ଫୋନ୍‌ ଗ୍ରହଣ କରି ନ ଥିଲେ।

ଦୁର୍ବୃତ୍ତମାନେ ସମିତି କାର୍ଯ୍ୟାଳୟରୁ ଲ୍ୟାପ୍‌ଟପ୍‌, ଜରୁରୀ କାଗଜପତ୍ର ଏବଂ କିଛି ନଗଦ ଟଙ୍କା ନେଇ ପଳାଇଛନ୍ତି।

ଭୋର୍‌ ପ୍ରାୟ ୪ଟା ବେଳେ କୋଠରିରେ ବନ୍ଦ ଥିବା ଜଗୁଆଳି ପୁଣି ଫୋନ୍‌ କରି କିଛି ଲୋକଙ୍କୁ ଏ ସମ୍ପର୍କରେ କହିବା ପରେ ସେମାନେ ଆସି କବାଟ ଫିଟାଇ ଥିଲେ।

ଘଟଣା ସଂକ୍ରାନ୍ତରେ ଠାକୁରଗଡ଼ ଥାନାକୁ ଖବର ଦିଆଯାଇଛି।

ସମ୍ବନ୍ଧିତ ଖବର