ସାକ୍ଷୀଗୋପାଳର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରୁ ଚୋରି

ସାକ୍ଷୀଗୋପାଳ: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁରସ୍ଥିତ ପ୍ରସିଦ୍ଧ ମା ଦକ୍ଷିଣକାଳୀଙ୍କ ପୀଠରୁ ଚୋରି ହୋଇଛି।

ମନ୍ଦିରରୁ ଚୋରି ହୋଇଥିବା କଥା ବୁଧବାର ସକାଳେ ପୂଜକ ଚିତ୍ତରଞ୍ଜନ ଆଚାର୍ଯ୍ୟ ପ୍ରଥମେ ଦେଖିଥିଲେ। ପରେ ଏ ସଂକ୍ରାନ୍ତରେ ଗ୍ରାମ କୋଠ ତରଫରୁ ଥାନାରେ ଏତଲା ଦିଆଯାଇଥିଲା।

ଦୁର୍ବୃତ୍ତମାନେ ପ୍ରଥମେ ମନ୍ଦିର ବେଢ଼ା ଫାଟକରେ ପଡ଼ିଥିବା ତାଲା ଭାଙ୍ଗି ଭିତରେ ପ୍ରବେଶ କରିବା ପରେ ମନ୍ଦିରର ଦକ୍ଷିଣଦ୍ୱାରର ତାଲାଭାଙ୍ଗି ମନ୍ଦିର ମଧ୍ୟକୁ ଯାଇଥିବା ଅନୁମାନ କରାଯାଉଛି। ମନ୍ଦିରରୁ ସେମାନେ ଦେବୀଙ୍କର ଗୋଟାଏ ରୁପା କିରୀଟ, ସୁନାରୁପା ମିଶ୍ରଣରେ ନିର୍ମିତ ଗୋଟାଏ ଛତି, ତିନୋଟି ସୁବର୍ଣ୍ଣ ମଙ୍ଗଳସୂତ୍ର, ରୁପା ନିର୍ମିତ ୨ଟି ୧୦୮-ମୁଣ୍ଡମାଳ ଓ ହୁଣ୍ଡି ନେଇ ଯାଇଛନ୍ତି।

ଥାନାରେ ଏତଲା ଦିଆଯିବା ପରେ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ସତ୍ୟବାଦୀ ଥାନା ଆଇଇସି ଶକୁନ୍ତଳା ପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର