ଘଟଗାଁ: ଘଟଗାଁ ବ୍ଲକ୍ ପିପିଳିଆ ପଞ୍ଚାୟତ ବାଙ୍କପାଟୁଳି ଗ୍ରାମର ଅଭିମନ୍ୟୁ ମହାନ୍ତଙ୍କ ଘରୁ ଆଜି ଦିନବେଳେ ଟଙ୍କା ଏବଂ ସୁନାଅଳଙ୍କାର ଚୋରି ହୋଇଛି। ଆଜି ଅଭିମନ୍ୟୁ ଓ ତାଙ୍କ ସ୍ତ୍ରୀ ବନ୍ଧୁଘରକୁ ଯାଇଥିଲେ। ଘରେ ତାଲା ପଡ଼ିଥିଲା। ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରୁ ସୁନାଅଳଙ୍କାର ଓ ଟଙ୍କା ଚୋରି କରିନେଇଛନ୍ତି।
ଉଭୟ ଘରେ ପହଞ୍ଚିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏନେଇ ଅଭିମନ୍ୟୁ ଢେଙ୍କିକୋଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି ଦିନବେଳେ ଢେଙ୍କିକୋଟ ଅଞ୍ଚଳର ଦୁଇଟି ଘରୁ ଚୋରି ହୋଇଥିବା ବେଳେ ଆଜି ପୁଣି ଏକ ଘରୁ ଚୋରି କରି ଦୁର୍ବୃତ୍ତମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/loot.jpeg)