ବଙ୍ଗୋମୁଣ୍ଡା: ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜି ପ୍ରେସ୍ କ୍ଲବ୍‌ର ପଞ୍ଚମ ବାର୍ଷିକ ଉତ୍ସବ ସ୍ଥାନୀୟ ବନମାଳୀ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। 

Advertisment

ସମ୍ମାନିତ ଅତିଥି ଭବେ ବିଧାୟକ ଲକ୍ଷ୍ମଣ ବାଗ, ଏନଏସି ଅଧ୍ଯକ୍ଷ ବରିୟାମ ସିଂ ସାଲୁଜା ଏବଂ ମୁଖ୍ୟବକ୍ତା ଭାବେ କେଭି କଲେଜର ପୂର୍ବତନ ପ୍ରିନ୍ସପାଲ ସତ୍ୟବ୍ରତ ମିଶ୍ର ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି କନକ ବର୍ଦ୍ଧନ ସିଂହଦେଓ ନିଜ ଅଭିଭାଷଣରେ ସାମ୍ବାଦିକତା, ସମ୍ବାଦ ପରିବେଷଣକୁ ନେଇ ନିଜ ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ଟିଭି, ପେପର୍‌ରେ କେବଳ ବ୍ରେକିଂ ନ୍ୟୁଜ୍‌କୁ  ଗୁରୁତ୍ଵ ଦିଆଯାଉଛି। କିନ୍ତୁ ଲୋକଙ୍କୁ କିଛି ପ୍ରେରଣା ଦେଉଥିବା ପ୍ରେରଣା ଦାୟକ ଖବର ଆଉ ଦେଖିବାକୁ ମିଳୁନାହିଁ।

ଉପମୁଖ୍ୟମନ୍ତ୍ରୀ କହିଲେ, ଆମର ପ୍ରେସ୍ ଭାଇଚାରା, ଶାସନ ଏବଂ ତୃଣମୂଳ ସ୍ତରର ବାସ୍ତବତାକୁ ସେତୁ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡ଼ିଶାର ବିକାଶ ଯାତ୍ରା ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତାର ଶକ୍ତିକୁ ପୁନଃନିର୍ଦ୍ଦିଷ୍ଟ କରିଛି। ସଚ୍ଚୋଟତା, ଆଲୋଚନା ଏବଂ ନାଗରିକ ସଚେତନତାକୁ ପୋଷଣ କରିବାରେ ପ୍ରେସ୍ କ୍ଲବର ସଫଳତା କାମନା କରୁଛି। 

ବିଧାୟକ ଲକ୍ଷ୍ମଣ ବାଗ ନିଜ ଅଭିଭାଷଣରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ହେବାକୁ ଥିବା ଉନ୍ନତିକରଣ କାର୍ଯ୍ୟକୁ ନେଇ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।

ଏହି ପରିପ୍ରେକ୍ଷୀରେ ସତ୍ୟବ୍ରତ ମିଶ୍ର ପୂର୍ବରୁ ହେଉଥିବା ସାମ୍ବାଦିକତା ଓ ବର୍ତ୍ତମାନ ସାମ୍ବାଦିକତାକୁ ନେଇ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ବାର୍ଷିକ ଉତ୍ସବରେ କିଛି ବିଶିଷ୍ଟ ଲୋକମାନଙ୍କୁ ସମ୍ମାନୀତ କରା ଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରବଜିତ୍ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ, କୋଷାଧ୍ଯକ୍ଷ ହନି ସିଂହ, ପରାମର୍ଶଦାତା ଆଶିଷ ଖଇତାନ, ବଣ୍ଟି ଗୁପ୍ତା, ଅଫିସ ସମ୍ପାଦକ ବିଶି କେଶନ୍ ମାଝୀ,ମନୋଜ ଶର୍ମା,ବିବେକ ଶର୍ମା,ଅମିତ୍ ଶର୍ମା, କମଳ ଅଗ୍ରୱାଲ, ସେଲୁ ଜୈନ, ପ୍ରତୀକ ସାହୁ, ଜଗମୋହନ ତାଣ୍ଡି ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। 

Press Club of Kantabanji