ଜଗତସିଂହପୁର: କେତେକ ଅସାମାଜିକ ଲୋକ ଠାକୁରଙ୍କ ମୂର୍ତ୍ତିକୁ ରାତି ସାରା ବାଡ଼େଇ ବାଡ଼େଇ ଭାଙ୍ଗି ଫୋପାଡ଼ି ଦେଇଥିବା ଖବର ଜଗତସିଂହପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏଭଳି କାଣ୍ଡ ଘଟିଛି। | ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ତୁମ୍ଭେଶ୍ବର ମନ୍ଦିର ପ୍ରାଙ୍ଗଣରେ ହନୁମାନ, ଶନି ଓ ମା’ଙ୍କ ପ୍ରତିମା ଭାଙ୍ଗି ତଳେ ପଡ଼ିଥିବାର ଦେଖିବାକୁ ମିଳିଛି |
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅଞ୍ଚଳର ପ୍ରସିଦ୍ଧ ମନ୍ଦିର ବେଢ଼।ରେ ଗତକାଲି ରାତ୍ରିରେ ଏଭଳି କାଣ୍ଡ ଘଟାଇ ଅସାମାଜିକ ଲୋକମାନେ ସେଠାରୁ ଫେରାର୍ ହୋଇ ଯାଇଥିବା କୁହାଯାଉଛି | ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଏହାକୁ ନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି | କୌଣସି ମୂର୍ତ୍ତି ଚୋରି ରାକେଟ୍ କିମ୍ବା ନିଶାଖୋର ବ୍ୟକ୍ତି ବା ମାନସିକ ବିକୃତ ବ୍ୟକ୍ତି ଏଭଳି କରିଥାଇପାରେ ବୋଲି ଏହି ଅଞ୍ଚଳରେ ଆଲୋଚନା ଚାଲିଛି | ସେ ଯିଏ ହେଉନା କାହିଁକି ପୁଲିସ୍ ଦୋଷୀକୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |
ସୂଚନାଯୋଗ୍ୟ, ଗତ କିଛି ବର୍ଷ ତଳେ ନିକଟସ୍ଥ ଦେବୀ ଦୋଳ ମା କୁତାମଚଣ୍ଡିଙ୍କ ମନ୍ଦିରରୁ ପ୍ରତିମା ଚୋରି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ୍ ଅପରାଧୀମାନଙ୍କ ଟେର ପାଇପାରିଲା ନାହିଁ |