ଭୁବନେଶ୍ୱର: ଓଡ଼ିଶାରେ ସ୍ତନକର୍କଟ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୦ ବର୍ଷ ମଧ୍ୟରେ ୩୦ ପ୍ରତିଶତ ସ୍ତନକର୍କଟ ରୋଗୀଙ୍କ କ୍ଷେତ୍ରରେ ସଫଳତାର ସହ ସର୍ଜରୀ ବା ଅସ୍ତ୍ରୋପଚାର ହୋଇଛି। ତେବେ କ୍ୟାନ୍ଆସିଷ୍ଟ୍ ବ୍ରେଷ୍ଟ୍ ଭଳି ପ୍ରୋଗ୍ନୋଷ୍ଟିକ୍ ଟେଷ୍ଟ୍ ଯୋଗୁ ଆଗ୍ରେସିଭ୍ ଏବଂ କେମୋଥେରାପି ଭଳି ଚିକିତ୍ସା କମିପାରିଛି। ୭୦ ପ୍ରତିଶତ ସ୍ତନକର୍କଟ ରୋଗୀଙ୍କ କ୍ଷେତ୍ରରେ ବିଳମ୍ବରେ ରୋଗ ଚିହ୍ନଟ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଫଳରେ ସ୍ତନକର୍କଟ ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଧୂମପାନ, ମେଦବହୁଳତା, ସ୍ୱାସ୍ଥ୍ୟକୁ ହାନୀ ପହଞ୍ଚାଉଥିବା ଖାଦ୍ୟପେୟ, ହରମୋନ୍ ରିପ୍ଲେସମେଂଟ୍ ଥେରାପି ଯୋଗୁ ସ୍ତନକର୍କଟ ଆଶଙ୍କା ବୃଦ୍ଧି ପାଉଛି। ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ଯୋଗୁ ସ୍ତନକର୍କଟ ଚିକିତ୍ସା ଏବଂ ଚିହ୍ନଟ ପ୍ରକ୍ରିୟାରେ ବାଧା ଦେଖାଦେଉଛି।
ଏସମ୍ପର୍କରେ ଭୁବନେଶ୍ୱର ଏମ୍ସ୍ର ମେଡ଼ିକାଲ ଅଙ୍କଲୋଜିଷ୍ଟ୍ ଡ. ସରୋଜ କୁମାର ଦାସ ମଜୁମଦାର କୁହନ୍ତି, ସ୍ତନକର୍କଟ ସଚେତନତା ମାସରେ ଏନେଇ ସଚେତନତା ସୃଷ୍ଟି କରାଯାଇଥାଏ। ଅଙ୍କଲୋଜିଷ୍ଟଙ୍କ ଅନୁସାରେ ସମୟ ପୂର୍ବରୁ କ୍ୟାନ୍ଆସିଷ୍ଟ୍ ବ୍ରେଷ୍ଟ ପ୍ରୋଗ୍ନୋଷ୍ଟିକ୍ ସ୍ତନ କର୍କଟ ଚିହ୍ନଟ ହୋଇ ପାରିଥାଏ। ସେହିପରି ଆଧୁନିକ ଚିକିତ୍ସା ପ୍ରଣାଳୀ ଯୋଗୁ ରୋଗୀଙ୍କ ଜୀବନ ରକ୍ଷା ହୋଇପାରୁଛି। ସ୍ତନକର୍କଟର ଚିହ୍ନଟ ସମୟ ପୂର୍ବରୁ ହେଲେ କେମୋଥେରାପି ଏବଂ ଅନ୍ୟ ଚିକିତ୍ସାର ମଧ୍ୟ ଆବଶ୍ୟକତା ପଡ଼ି ନ ଥାଏ। ୭୦ ପ୍ରତିଶତ ରୋଗୀଙ୍କଠାରେ ସ୍ତନକର୍କଟର ଚିହ୍ନଟ ଷ୍ଟେଜ୍ ୩ ଏବଂ ଷ୍ଟେଜ୍ ୪ରେ ହୋଇଥାଏ। ସେତେବେଳ ଆଡଭାନ୍ସଡ୍ ଚିକିତ୍ସା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନ ଥାଏ।
ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ସ୍ତନକର୍କଟ ସମସ୍ୟା ୩୦ ପ୍ରତିଶତ ବଢ଼ିଛି। ୫୦ ବର୍ଷରୁ କମ୍ ବୟସ୍କ ମହିଳାଙ୍କଠାରେ ଏହା ଦେଖିବାକୁ ମିଳିଛି। ଜୀବନଶୈଳୀରେ ପରିବର୍ତନ, ସ୍ୱାସ୍ଥ୍ୟ ଅନୁପଯୋଗୀ ଖାଦ୍ୟପେୟ, ଶାରୀରିକ ଶ୍ରମର ଅଭାବ, ଧୂମପାନ, ମଦ୍ୟପାନ, ଜନ୍ମ ନିରୋଧକ ଔଷଧ ଯୋଗୁ ଏଭଳି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ସ୍ତନ୍ୟପାନ ନ କରାଇବା ଯୋଗୁ ମଧ୍ୟ ଏଭଳି ସମସ୍ୟା ବଢ଼ିବାରେ ଲାଗିଛି ବୋଲି ଡ. ମଜୁମଦାର ମତପୋଷଣ କରିଛନ୍ତି।
ତେବେ କ୍ୟାନ୍ଆସିଷ୍ଟ୍ ବ୍ରେଷ୍ଟ୍ ଭଳି ପ୍ରୋଗ୍ନୋଷ୍ଟିକ୍ ଟେଷ୍ଟ୍ ଯୋଗୁ ଆଗ୍ରେସିଭ୍ ଏବଂ କେମୋଥେରାପି ଭଳି ଚିକିତ୍ସା କମିପାରିଛି। ଷ୍ଟେଜ୍ ୧ ଏବଂ ଷ୍ଟେଜ୍ ୨ରେ ସ୍ତନକର୍କଟର ଚିହ୍ନଟ ହେବାଦ୍ୱାରା ବ୍ରେଷ୍ଟ୍ କରଭିଂ ସର୍ଜରୀ ଦ୍ୱାରା ଏଥିରୁ ମୁକ୍ତି ମିଳିପାରୁଛି।
ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ସମୟରେ ସ୍ତନ କର୍କଟର ଚିକିତ୍ସା ଏବଂ ଚିହ୍ନଟରେ ବାଧା ସୃଷ୍ଟି ହେଉଛି। ତେବେ ୪୦ ବର୍ଷରେ ପହଂଚିଥିବା ମହିଳାଙ୍କୁ ଡ. ମଜୁମଦାର ପରାମର୍ଶ ଦେଇଛନ୍ତି ଯେ, ସେମାନେ କୋଭିଡ୍-୧୯ ମହାମାରୀକୁ ଭୟ ନକରି ସ୍ତନ କର୍କଟ ସ୍କ୍ରିନିଂ ପାଇଁ ଆସିବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Breast-Cancer.jpg)