କଟକ : ଲାଞ୍ଚ ଗ୍ରହଣ ଅଭିଯୋଗ ସଂପର୍କିତ ଘଟଣାରେ ନିମ୍ନ ଅଦାଲତରେ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ହାଇକୋର୍ଟରେ ମାମଲା ରୁଜୁ କରିଛି। ନିମ୍ନ ଅଦାଲତ ରାୟ ବିରୋଧରେ ଭିଜିଲାନ୍ସ ବିଭାଗ ଦାୟର କରିଥିବା ଲିଭ୍ ପିଟିସନକୁ ହାଇକୋର୍ଟ ଗ୍ରହଣ କରିବା ସହିତ ଅପିଲ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଜିଲାନ୍ସ ବିଭାଗ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନେର୍ଦ୍ଦଶ ଦେଇଛନ୍ତି। ଭିଜିଲାନ୍ସ ପକ୍ଷରୁ ଷ୍ଟାଣ୍ଡିଂ କାଉନସିଲ ସଂଗ୍ରାମ କୁମାର ଦାସ ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ମାଣିକଗୋଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦୧୦, ସେପ୍ଟେମ୍ବର ୭ରେ ଜଣେ ମହିଳା ଗୋଟିଏ ପିଲାକୁ ଜନ୍ମ ଦେଇଥିଲେ। ଜନନୀ ସୁରକ୍ଷା ଯୋଜନା ଅନୁସାରେ ସଂପୃକ୍ତ ମହିଳା ୧୪ଶହ ଟଙ୍କା ଚେକ୍ ଜରିଆରେ ପାଇବା କଥା। କିନ୍ତୁ ଏହି ଦାୟିତ୍ବରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରର ଏଏନଏମ୍ ଏସ୍.ବି.ରାଉତ ଚେକ୍ ଦେବା ପାଇଁ ମହିଳାଙ୍କ ନିକଟରୁ କିଛି ଟଙ୍କା ଦାବି କରିଥିଲେ। ୨୦୧୦, ସେପ୍ଟେମ୍ବର ୨୫ରେ ଅଭିଯୋଗକାରୀ ଅଭିଯୁକ୍ତଙ୍କୁ ୪ଶହ ଟଙ୍କା ଦେଇ ଚେକ୍ ଆଣିବା ସମୟରେ ଭିଜିଲାନ୍ସ ସାକ୍ଷୀଙ୍କ ଉପସ୍ଥିତିତରେ ଲାଞ୍ଚ ଟଙ୍କା ଜବତ କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ମାମଲାର ଶୁଣାଣି ହୋଇଥିଲା। ଉପଯୁକ୍ତ ପ୍ରମାଣ ଅଭାବରୁ ଅଦାଲତ ୨୦୧୬, ଡିସେମ୍ବର ୨୮ରେ ଅଭିଯୁକ୍ତକୁ ଅଦାଲତ ଖଲାସ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Orissa-High-Court.jpg)