ହେମଗିର : ପଦର ଅପବ୍ୟବହାର ଓ କାର୍ଯ୍ୟରେ ଅବହେଳା ନେଇ ହେମଗିର ଥାନାର ଏଏସ୍ଆଇ ତପନ ବେହେରାଙ୍କୁ ନିଲମ୍ବିତ କରିଛି ପୁଲିସ ବିଭାଗ। ନିଲମ୍ବିତ ଏଏସ୍ଆଇ କିଛି ଦିନ ପୂର୍ବରୁ ଏନ୍ଟିପିସି ଡୁଲିଙ୍ଗା ଖଣି ପରିସରରୁ ଓବି (ବର୍ଜ୍ୟବସ୍ତୁ) ନେଇ ଯାଉଥିବା ଜଣେ ଟ୍ରାକ୍ଟର ମାଲିକଙ୍କ ଠାରୁ ଆଇନର ଭୟ ଦେଖାଇ ୪୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଉଚ୍ଚ ଅଧିକାରୀଙ୍କ ତଦନ୍ତରେ ଏହା ସ୍ପଷ୍ଟ ହେବା ପରେ ଶ୍ରୀ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରିଛି ବିଭାଗ।
ପୂର୍ବରୁ ମଧ୍ୟ ସଂପୃକ୍ତ ଏଏସ୍ଆଇ କନିକାଠାରେ ସଂଘଟିତ ଏକ ଭାରୀଯାନ ଚାଳକଙ୍କ ଠାରୁ ଲୁଟ୍ ଘଟଣାରେ ଅଭିଯୁକ୍ତ ଠାରୁ ଟଙ୍କା ନେଇ ଜବତ ବାଇକ୍କୁ ଜବତ ନଦେଖାଇ ଛାଡିଦେବା ଓ ପରେ ଉଚ୍ଚ ଅଧିକାରୀଙ୍କ ତାଗିଦ ପରେ ଅଭିଯୁକ୍ତକୁ ଟଙ୍କା ଫେରସ୍ତ କରି ପୁଣି ବାଇକ୍କୁ ଜବତ କରିବା ଘଟଣାରେ ଚର୍ଚ୍ଚାରେ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/hemgiri.jpg)
