ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତହସିଲର ପୂର୍ବତନ ବରିଷ୍ଠ କିରାଣି ଘନଶ୍ୟାମ ମେହେର ଏକ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ କୋର୍ଟ ଦ୍ବାରା ଦଣ୍ଡିତ ହୋଇଛନ୍ତି।
ଶ୍ରୀମେହେର ଏକ ଜମିଜମା ଘଟଣାରେ ଲାଞ୍ଚ ନେବାବେଳେ ୨୦୧୫ ସେପ୍ଟେମ୍ବର ୧୦ ତାରିଖ ଦିନ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଆଜି ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୮ ମାସ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୪ ମାସ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/jail-2aaa.jpg)