ଜନଔଷଧି କେନ୍ଦ୍ର ପାଇଁ ଲାଞ୍ଚ: ମାର୍କେଟିଂ ଅଫିସର୍‌ଙ୍କୁ ଉଠାଇନେଲା ସିବିଆଇ

ବ୍ରହ୍ମପୁର : ଲାଞ୍ଚ କାରବାର ଅଭ‌ିଯୋଗରେ ସୋମବାର ଦିନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ବ୍ରହ୍ମପୁରରେ ଚଢ଼ଉ କରିଛି। ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ପାଇଁ ଲାଇସେନ୍ସ ପ୍ରଦାନ କରିବା ନିମନ୍ତେ ଲାଞ୍ଚ ନେଉଥିବା ଅଭିଯୋଗରେ କେନ୍ଦ୍ର ସରକାରଙ୍କ ଫାର୍ମାସ୍ୟୁଟିକାଲ୍‌ ଆଣ୍ଡ ମେଡିକାଲ ଡିଭାଇସେସ୍‌ ବ୍ୟୁରୋ ଅଫ୍‌ ଇଣ୍ଡିଆ(ପିଏମ୍‌ବିଆଇ)ର ଜଣେ ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ସିବିଆଇ ଟିମ୍‌ ଶ୍ରୀ ପଣ୍ଡାଙ୍କୁ ଜେରା କରିବାପରେ ଭୁବନେଶ୍ବର ନେଇଯାଇଥିବା ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଖୋଲାଯାଉଛି। ଏହି କେନ୍ଦ୍ରରେ ଜେନେରିକ୍‌ ଔଷଧ ବିକ୍ରି ହୋଇଥାଏ। ଜନଔଷଧି କେନ୍ଦ୍ର କରିବା ପାଇଁ କୁକୁଡ଼ାଖଣ୍ଡିର ନାଇଡୁ ଦିବାକର ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ଏଥିପାଇଁ ପିଏମ୍‌ବିଆଇର ମାର୍କେଟିଂ ଅଫିସର ଶ୍ରୀ ପଣ୍ଡା ତାଙ୍କୁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଦିବାକର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହାପରେ ସିବିଆଇ ଟିମ୍‌ ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲା। ସିବିଆଇ ଅଧିକାରୀ ଏ.କେ ନନ୍ଦଙ୍କ ନେତୃତ୍ବରେ ଭୁବନେଶ୍ବର ୟୁନିଟ୍‌ର ଏକ ଟିମ୍‌ ଆଜି ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ହରିକୃଷ୍ଣନଗରରେ ରହୁଥିବା ଶ୍ରୀ ପଣ୍ଡାଙ୍କ ଘରେ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର