ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବଡ଼କୋଦଣ୍ଡା ପଞ୍ଚାୟତ ଲେପର୍ସିଂ କଲୋନିରେ ଆଜି ଲୁହାଗ୍ରିଲ୍ରେ ଲାଗିଥିବା ଏକ ଦୁର୍ବଳ ଇଟା ପିଲର୍ ଭୁଶୁଡ଼ି ପଡ଼ିବାରୁ ଜଣେ ନାବାଳକ ଓ ୪ ଜଣ ଶିଶୁ ଆହତ ହୋଇଛନ୍ତି। ସେମାନେ ହେଲେ, କଲୋନିରେ ରହୁଥିବା ସନ୍ନ୍ୟାସୀ ମୁଳିଙ୍କ ପୁଅ ରୋଶନ୍ (୪) ଓ ସୁମନ (୫), ସନ୍ନ୍ୟାସୀଙ୍କ ସଡ଼ୁଙ୍କ ପୁଅ କାହ୍ନା ନାୟକ (୪), ଝିଅ ଲିପି (୮)।
ସେହିପରି ଏଥିରେ ସନ୍ନ୍ୟାସୀଙ୍କ ଶାଳକ ସମୀର ନାୟକ (୧୨) ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରୋଶନ୍ ଓ ସମୀରଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ସମସ୍ତେ ସେଠାରେ ଖେଳୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ଠିକଣା ସମୟରେ ସମସ୍ତଙ୍କୁ ଉଦ୍ଧାର କରାଯିବାରୁ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଥିବା ଜଣାପଡ଼ିଛି।