ବ୍ରିକ୍ସ ର‍୍ୟାଙ୍କିଙ୍ଗରେ ୧୫ ସ୍ଥାନ ଖସିଲା

ଏନ୍‌ଆଇଟି ତାଲିକାରେ ରାଉରକେଲା ଶ୍ରେଷ୍ଠ

ରାଉରକେଲା, : ବ୍ରାଜିଲ୍‌, ଋଷିଆ, ଭାରତ, ଚୀନ୍‌ ଓ ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ରାଷ୍ଟ୍ରର ବଛାବଛା ବିଶ୍ୱବିଦ୍ୟାଳୟ ଓ ଉଚ୍ଚତର ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ସଦ୍ୟ ପ୍ରକାଶିତ କ୍ୟୁଏସ୍‌ ର‍୍ୟାଙ୍କିଙ୍ଗ୍‌ରେ ରାଉରକେଲାସ୍ଥିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ପୂର୍ବ ଦୁଇ ବର୍ଷ ତୁଳନାରେ ୧୫ଟି ସ୍ଥାନ ଖସି ୧୨୬ରେ ରହିଛି। ଏହା ସତ୍ତ୍ୱେ ଦେଶରେ ଥିବା ୩୧ଟି ଏନ୍‌ଆଇଟି ମଧ୍ୟରେ ରାଉରକେଲା ଏନ୍‌ଆଇଟି ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଛି ବୋଲି ଏହାର କୁଳସଚିବ ଏସ୍‌.କେ.ଉପାଧ୍ୟାୟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବ୍ରିକ୍ସ ର‍୍ୟାଙ୍କିଙ୍ଗ ୨୦୧୬ ଓ ୨୦୧୭ରେ ରାଉରକେଲା ଏନ୍‌ଆଇଟି ୧୧୧ ସ୍ଥାନରେ ଥିଲା।

ସମ୍ବନ୍ଧିତ ଖବର