ଲରମ୍ଭା : ବର ଓ ବରଯାତ୍ରୀ ପହଞ୍ଚିବା ବେଳକୁ କନ୍ୟା ତା’ର ପ୍ରେମିକ ସହ ଫେରାର ହୋଇଯାଇଛି। ଅନ୍ୟପକ୍ଷରେ ୧୨ ଘଣ୍ଟା ମଧ୍ୟରେ ବରକୁ ପାଟଣାଗଡ଼ ଅଞ୍ଚଳର ଆଉ ଜଣେ ଝିଅ ସହ ବାହା କରାଇ ବରପକ୍ଷ ବୋହୂ କରି ଘରକୁ ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ବଙ୍ଗୋମୁଣ୍ତା ଥାନା ତୁରେକେଲା ଗାଁର ଜୟନ୍ତୀ ବରିହାଙ୍କ ପୁଅ ଭଗବାନଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଂଚଳରେ ଗତ ୨୪ ତାରିଖ ଦିନ ବିବାହ ସ୍ଥିର ହୋଇଥିଲା। ବର ଠିକ୍ ସମୟରେ କନ୍ୟା ଘରେ ପହଂଚିବା ପରେ କନ୍ୟା ତା’ର ପ୍ରେମିକ ସହ ଫେରାର୍ ହୋଇଯାଇଥିଲା। ଆପୋସ ସମାଧାନ ହୋଇନପାରିବାରୁ ବରପକ୍ଷ ରାମପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ଏକଥା ବଲାଙ୍ଗୀର ଜିଲ୍ଲା ବିଂଝାଲ ସମାଜ ସଭାପତି ଚନ୍ଦ୍ରଶେଖର ବାଗ୍ ଓ ଗୋରେଖନାଥ ବରିହାଙ୍କ ପାଖରେ ପହଞ୍ଚିଥିଲା। ତାଙ୍କ ସମାଜର ଅନ୍ୟାନ୍ୟ କର୍ମକର୍ତ୍ତା ପାଟଣାଗଡ଼ ବ୍ଲକ୍ ଧୁବଲପଡ଼ା ଗାଁର ରୁଠି ବରିହାଙ୍କ ଝିଅ ସହ ବିବାହ ପ୍ରସ୍ତାବ ପକାଇଥିଲେ। ଗୁରୁବାର ଏହି ବିବାହ ସମ୍ପନ୍ନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/wedding-lost-27_thumb.jpg)