କୁମ୍ଭାରୀ ଗ୍ରାମରେ ଯୌତୁକକୁ ନେଇ ବଧୂ ହତ୍ୟା ଘଟଣା: ସ୍ୱାମୀ ,ଶ୍ୱଶୁର ଓ ଦୁଇ ଶାଶୁ ଗିରଫ ହୋଇ କୋର୍ଟ ଚାଲାଣ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁରେ ଯୌତୁକକୁ ନେଇ ବଧୁ ହତ୍ୟା ଘଟଣାରେ ଆଜି ପୁଲିସ ସ୍ୱାମୀ, ଶ୍ୱଶୁର ଓ ଦୁଇ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୬ ବର୍ଷ ତଳେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମେଦିନିପୁର ଗ୍ରାମର ଅଞ୍ଜନା ସାଙ୍କୁ ଗୋଲାମୁଣ୍ଡା ବ୍ଲକ କୁମ୍ଭାରୀ ଗ୍ରାମର ଡିଲେଶ୍ୱର ସା ବିଭାହ କରିଥିଲେ । ଯୌତୁକ ଜନିତ କାରଣରୁ ପ୍ରତିଦିନ ଅଞ୍ଜନାକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ସେପ୍ଟେମ୍ବର ୧୯ ତାରିଖ ଦିନ ଅଞ୍ଜନା ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଭଉଣୀ କୁ ହତ୍ୟା କରି ଯୋଜନାବଦ୍ଧ ଭବେ ଆତ୍ମହତ୍ୟାର ରୂପ ଦେଉଥିବା ନେଇ ମୃତ ଅଞ୍ଜନାଙ୍କ ଭାଇ ଆକୁର ସା ଗୋଳାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ ଅଭିଯୋଗକୁ ଭିତ୍ତି କରି କେସ ନଂ ୧୩୯/୨୦୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏନେଇ ଧର୍ମଗଡ ଏସଡିପିଇଓ ନାରାୟଣ ନାୟକ ଗୋଲାମୁଣ୍ଡା, ଆଇଆଇସି ଯୁଗଳ ଶବର ଓ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ କୁମ୍ଭାରୀ ଗ୍ରାମକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ପରେ ପୁଲିସ ପକ୍ଷରୁ ଦଫା ୪୯୮ ଏ, ୩୦୪ ବି, ୩୪, ୪ ରେ ଅଭିଯୁକ୍ତ ମୃତ୍ୟୁ ଅଞ୍ଜନାର ସ୍ୱାମୀ ଡିଲେଶ୍ଵର ସା, ଶ୍ୱଶୁର ଶିବ ସା ଓ ଦୁଇ ଶାଶୁ ସଇଁତଳା ସା ଓ ସେନ୍ଦ୍ରୀ ସା ସମେତ ୪ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ପକ୍ଷରେ ଡିଲେଶ୍ବର ସା ସାଙ୍କୁ କୋରାନା ସଂନ୍ଦେହେ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଗୋଲାମୁଣ୍ଡା ଥାନାଅଧିକାରି ଯୁଗଳ ଶବର କହିଛନ୍ତି।

ସମ୍ବନ୍ଧିତ ଖବର